ବଲାଙ୍ଗିର, ବଲାଙ୍ଗିର ପୂଜ୍ୟ ପୂଜା ଅନୁଷ୍ଠାନ ଓ ପଣ୍ଡିତ ଗଦାଧର ଉଦ୍ଗାତା ଶୃତି ସମିତି ଆନୁକୁଲ୍ୟରେ ସ୍ଥାନୀୟ ପତିତପାବନ ଏକାଡେମୀ ସଭାଗୃହରେ ସ୍ଵାଧୀନତାର ଅମୃତ ମହୋତ୍ସବରେ” ଅମୃତ ସମ୍ମାନ ” ସମାରୋହ ଆଜି ପୂର୍ବାହ୍ନ ୧୦ଟା ସମୟରେ ଆୟୋଜିତ ହୋଇଯାଇଛି। ଅନୁଷ୍ଠାନର ସଭାପତି କସ୍ତୁରୀ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୭୫ ବର୍ଷ ରୁ ଅଧିକ ସାମାଜର ବିଭିନ୍ନ ବର୍ଗର ବରିଷ୍ଠ ନାଗରିକ ଯେଉଁମାନଙ୍କ ସମାଜ ପ୍ରତି ବିଶେଷ ଅବଦାନ ରହିଛି ସେଭଳି ବ୍ୟକ୍ତି ବିଶେଷ ମହିଳା ମାନଙ୍କୁ ଏଠାରେ ଅମୃତ ସମ୍ମାନରେ ସମ୍ମାନିତ କରାଯାଇଥିଲା।
ପ୍ରଥମରେ ପୂଜାର୍ଚନା ପରେ ଆହୁତ ବରିଷ୍ଠ ନାଗରିକ ମାନଙ୍କୁ ଟୀକା ଚନ୍ଦନ ଦେଇ ସମ୍ମାନିତ କରାଯାଇଥିଲା। ମୁଖ୍ୟ ଅତିଥିଭାବେ ଖୁଜେନ ପାଲି ଆଶ୍ରମର ବିଶ୍ଵାତ୍ମା ଚେତନା ପରିଷଦର ସ୍ଵାମୀ ସତ୍ୟ ପ୍ରଜ୍ଞାନନ୍ଦ ସରସ୍ଵତୀ ଯୋଗଦେଇ ଭାରତୀୟ ସଂସ୍କୃତିରେ ବରିଷ୍ଠ ମାନଙ୍କୁ ସମ୍ମାନ ପ୍ରଦର୍ଶନ କରିବା ରହିଛି, ସାମାଜ ଗଠନରେ ଯେଉଁ ମାନଙ୍କର ଅବଦାନ ରହିଛି ତାଙ୍କୁ ଭୁଲି ନଯାଇ ଏଭଳି ପୂଜ୍ଯ ପୂଜାର ଅନୁଷ୍ଠାନକୁ ସେ ପ୍ରସଂଶା କରିଥିଲେ। ଆରମ୍ଭରେ ପଣ୍ଡିତ ଉଦ୍ଗାତାଙ୍କ ତୃତୀୟ ପିଢିର ଦାୟାଦ ଆଲୋକ ଉଦ୍ଗାତା ସ୍ଵାଗତ ଭାଷଣ ଦେଇ ସମସ୍ତଙ୍କୁ ସ୍ଵାଗତ କରିବା ସହିତ ତାଙ୍କର ବଂଶାବଳୀ ଉପରେ କହି ପଣ୍ଡିତ ଗଦାଧର ଉଦ୍ଗାତାଙ୍କ ବହୁଳ ପ୍ରତିଭା ପରିଚୟ କୃତି ଓ ତାଙ୍କର ଅବଦାନ ସମ୍ପର୍କରେ ସୂଚନା ଦେଇଥିଲେ। ତାଙ୍କର ପିତା ଅଚ୍ୟୁତାନନ୍ଦ ଉଦ୍ଗାତା ବ୍ଯାଙ୍କ ଚାକିରୀରୁ ଅବସର ନେବା ପରେ ଜ୍ୟୋତିଷ ବିଶାରଦ ତଥା ନିଜକୁ ସାମାଜିକ କାର୍ଯ୍ୟରେ ନିୟୋଜିତ କରିଥିଲେ। ତାଙ୍କର ତଥା ମାତା ମାଳତି ଉଦ୍ଗାତା ନିଜକୁ ସଚେତନ ମହିଳା ମଞ୍ଚ ଆଦ୍ୟାଶକ୍ତି ନାରୀ ସଂଗଠନ ତଥା ଅନ୍ୟାନ୍ୟ ସଂଗଠନ ସହିତ ନିଜକୁ ସାମିଲ କରିଛନ୍ତି। ତାଙ୍କର ପ୍ରଚେଷ୍ଟା ଓ ପୂଜ୍ୟପୂଜା ଅନୁଷ୍ଠାନର ସକ୍ରିୟ ସହଯୋଗରେ ଏହି ଅନୁଷ୍ଠାନ ବୋଲି କହିଥିଲେ। ମୁଖ୍ୟ ବକ୍ତା ରୂପରେ ନାଟ୍ଯଭୂଷଣ ଜଗଦାନନ୍ଦ ଛୁରିଆ ଯୋଗଦେଇ ବରିଷ୍ଠ ମାନଙ୍କୁ ଆଜି ଅମୃତ ସମ୍ମାନରେ ସମ୍ମାନିତ ତାଙ୍କର କାର୍ଯ୍ୟକୁ ସ୍ଵିକୃତି ପ୍ରଦର୍ଶନ ଓ ସମାଜ ଗଠନରେ ତାଙ୍କ ପ୍ରତି କୃତଜ୍ଞତା ବୋଲି କହିଥିଲେ। ସଂଗଠନ ସମ୍ପାଦକ ମଧୁ ସାହୁ ସଭା ପରିଚାଳନା କରିଥିଲେ।
ସମ୍ମାନ କାର୍ଯ୍ୟକ୍ରମରେ ପୂଜ୍ୟପୂଜା ଅନୁଷ୍ଠାନର କାର୍ଯ୍ଯକାରୀ ସମ୍ପାଦକ ମଦନମୋହନ ରଥ ସ୍ଵାଗତ ଓ ପରିଚାଳନା କରିଥିବା ବେଳେ ଉଦ୍ଗାତା ପରିବାର ସପରିବାର ସହଯୋଗରେ ସମ୍ମାନ ପର୍ବରେ ଶିକ୍ଷକ ପ୍ରାଣବନ୍ଧୁ ନାଏକ, ଡଃ. ସଦାଶିବ ପଟ୍ଟନାୟକ, ପ୍ରଶାସକ ବିନୋଦ ବିହାରୀ ମିଶ୍ର, ପଣ୍ଡିତ ଟିକେସ୍ଵର ଗୁରୁ, ଶିକ୍ଷକ ଲକ୍ଷ୍ମୀକାନ୍ତ ଦାଶ, ପ୍ରଶାସକ ବାଞ୍ଛାନିଧି ରଥ, ପଣ୍ଡିତ ଡଃ. ଜୟକୃଷ୍ଣ ଦାଶ ଶର୍ମା, ଲେଖିକା ରାସେଶ୍ଵରୀ ମିଶ୍ର, ଡଃ. କୃଷ୍ନ ପ୍ରସାଦ ବହିଦାର, ଡ. ଘାସିରାମ ମିଶ୍ର, ଶଶିଭୂଷଣ ମିଶ୍ର, ଗୀତିକାର ଉଦୟନାଥ ଦର୍ଜି, ରାଧାକାନ୍ତ ମିଶ୍ର, ଶିକ୍ଷିକା ଶାନ୍ତିଲତା ବହିଦାର୍, ଇଂ. ସଶଧର ଦାଶ, ଅଧ୍ୟାପକ ଅଭିମନ୍ୟୁ ମିଶ୍ର, ବିକ୍ରମା ନନ୍ଦ ବହିଦାର, ନାମଯଜ୍ଞ ମିଶ୍ର, ଆଦିକନ୍ଦ ଷଡଙ୍ଗୀ, ପଣ୍ଡିତ ବ୍ରଜବିହାରୀ ତ୍ରିପାଠୀ, ନୀଳମଣି ମିଶ୍ର, ସଙ୍ଗୀତଜ୍ଞ କାଳିପ୍ରସାଦ ଷଡଙ୍ଗୀ, ଡାକ୍ତର ରୁକ୍ମଣୀ ଉଦ୍ଗାତା, ରାହସ ବିହାରୀ ମାଝୀ, ଶିକ୍ଷକ ଗୀତିକାର ବିବେକାନନ୍ଦ ମିଶ୍ର, ଡାକ୍ତର ଜ୍ଯୋତ୍ସ୍ନାମୟି ମହାପାତ୍ର, ଶିକ୍ଷକ କପିଳ ପତି, ଶିକ୍ଷକ ନାଟ୍ୟ ଭୂଷଣ ଜଗଦାନନ୍ଦ ଛୁରିଆଙ୍କୁ ଅତିଥି ମାନେ ଫୁଲତୋଡା, ଉପଢୌକନ ମାନପତ୍ର ଦେଇ ସମ୍ମାନିତ କରିଥିଲେ। ଶେଷରେ ସୁନା ଧର ବନଛୋର ଧନ୍ଯବାଦ ଅର୍ପଣ କରିଥିଲେ।