ବିଦ୍ୟାଳୟ ର କୋମଳମତି ଛାତ୍ର ଛାତ୍ରୀ ସଂକଳ୍ପବଦ୍ଧ ହେଲେ ଆଗାମୀ ୨୦ବର୍ଷ ପରେ ଓଡ଼ିଶା ନିଶାମୁକ୍ତ ହେବା ସମ୍ଭବ ବୋଲି ଘୋଷଣା ହୋଇଛି। ତପୋବନ ଟ୍ରଷ୍ଟ ପକ୍ଷରୁ ନିଶାମୁକ୍ତ ବିଦ୍ୟାର୍ଥୀ ପାଇଁ ପୁରୀ ପୁଲିସ ନୋଡାଲ ହାଇସ୍କୁଲ ପରିସରରେ ରମେଶଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଚେତନତା କର୍ମଶାଳା ରେ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଶିବରାମ ମିଶ୍ର ନିଶାସେବନ ର ବୈଜ୍ଞାନିକ ପ୍ରଭାବ ସହ ନିକୋଟିନ୍ ବ୍ୟବହାର ମଣିଷକୁ ବ୍ୟର୍ଥତା , ମାନସିକ ବିକାରଗ୍ରସ୍ତ ବିଶେଷ କରି ହୃଦରୋଗ ଓ ରକ୍ତଚାପ ଜନିତ ରୋଗାକ୍ରାନ୍ତ କରେବୋଲି ଚଳଚ୍ଚିତ୍ର ଜରିଆରେ ଛାତ୍ର ଛାତ୍ରୀମାନଙ୍କୁ ସୂଚାଇଥିବା ବେଳେ, ସମାଜସେବୀ ବଦ୍ରି ମିଶ୍ର ନିଶାସେବନର ଭୟାବହତା ରେ ପରିବାର ଓ ସମାଜ ର ହାହାକାର ଉପରେ ସାମାଜିକ ଦୃଷ୍ଟିପାତ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ସଂପାଦିକା ଚିତ୍ରରୂପା ଷଡ଼ଙ୍ଗୀ, ଇଂଜିନିୟର ବଳରାମ ପଣ୍ଡା, ଶିକ୍ଷାବିତ୍ ମନୋରଞ୍ଜନ ମିଶ୍ର, ସମାଜସେବୀ ସୁନାକର ପତି,ନବଘନ ଶତପଥୀ, ଭାସ୍କର ନାୟକ ପ୍ରମୁଖ ଭାଗନେଇ ଛାତ୍ର ଛାତ୍ରୀ ଙ୍କୁ ଉଦବୋଧନ ଦେଇଥିଲେ | ବିଦ୍ୟାଳୟ ର ପରିଚାଳନା କମିଟି ସଭାପତି ଅଜୟ କୁମାର ସାହୁ ଙ୍କ ସମେତ ଶିକ୍ଷୟିତ୍ରୀ ସୁଜାତା ଦାଶ,ପ୍ରଭାତ ଦାଶ ଓ ପୂର୍ଣ୍ଣିଚନ୍ଦ୍ର ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ନିଶାମୁକ୍ତ ବିଦ୍ୟାର୍ଥୀ ଓ ନିଶାମୁକ୍ତ ଓଡ଼ିଶା ପାଇଁ ଶପଥ ପାଠ ହୋଇଥିଲା।
Related Stories
November 25, 2024