କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ପୁରୀ ଆମ ଆଦମୀ ପାର୍ଟି ଯୁବ ସଭାପତି ଅଂଶୁମାନ ଶତପଥି ପୁରୀ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଏକ ଲିଖିତ ଅଭିଯୋଗ ପୁରୀ ପୌରପାଳିକା Asst. Executive Officer ମନୋଜ କୁମାର ବେହେରାଙ୍କ ମାଧ୍ୟମରେ ପ୍ରଦାନ କରିଛନ୍ତି |ଉକ୍ତ ଲିଖିତ ଅଭିଯୋଗରେ ଶ୍ରୀ ଶତପଥିଙ୍କ ଉଲ୍ଲେଖ କରିଛନ୍ତି
ପୁରୀର ଅଧିକାଂଶ ରାସ୍ତା କାମ ଏବେ ପେଭର୍ ବ୍ଲକ୍ ଇଟା ଦ୍ବାରା ନିର୍ମାଣ ହେଉଅଛି । ପେଭର୍ ବ୍ଲକ୍ ଇଟା ସାଧାରଣତଃ ବର୍ଷା ଜଳ ନଷ୍ଟ ନହେବା ଏବଂ ଭୂତଳ ଜଳ ବଢିବା ପାଇଁ ଏକ ପ୍ରୟାସ ଅଟେ । କିନ୍ତୁ ପୁରୀର ଅଧିକାଂଶ ରାସ୍ତା ବର୍ତମାନ ପୂର୍ବ ସିମେଣ୍ଟ ରାସ୍ତା ନଖୋଳି ତାରି ଉପରେ ନିର୍ମାଣ ହେଉଅଛି। ଯାହା
ସମ୍ପୃର୍ଣ୍ଣ ବେଆଇନ ଅଟେ। ଆମ୍ ଆଦ୍ମୀ ପାର୍ଟି ଏଭଳି ବେଆଇନ ନିର୍ମାଣକୁ ବିରୋଧ କରିବା ସହ ଆପଣଙ୍କୁ ଏହା ପ୍ରତି ଧ୍ୟାନ ଦେଇ ସଠିକ୍ କାମ ପାଇଁ ନିର୍ଦ୍ଦେଶ ଦେବେ ବୋଲି ଆଶା ରଖୁଛୁ । ଯଦି ଏହି କାମ ଏହିପରି ବେଆଇନ ଭାବେ ଚାଲେ ତେବେ ଆମ୍ ଆଦ୍ମୀ ପାର୍ଟି ୟୁଥ୍ ୱି ପୁରୀ ର ସମସ୍ତ ବେଆଇନ ରାସ୍ତା
ନିର୍ମାଣକୁ ବନ୍ଦ କରି ବିରୋଧ ପ୍ରଦର୍ଶନ କରିବାକୁ ବାଧ୍ୟ ହେବ ।
ଆଶା କରୁଛୁ ଯେ ପେଭର୍ ବ୍ଲକ୍ ଇଟା ଦ୍ବାରା ରାସ୍ତା ନିର୍ମାଣର ମହତ୍ତ୍ୱ ବୁଝିଵା ସହିତ ଆପଣଙ୍କ ତଦାରଖରେ ପୁରୁଣା କଂକ୍ରିଟ ରାସ୍ତା କୁ କାଢ଼ିଲା ପରେ ପେଭର୍ ବ୍ଲକ୍ ଇଟା ଦ୍ବାରା ସମସ୍ତ ରାସ୍ତା ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେବେ ।