ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୋଲିସ ସହୀଦ ଦିବସରେ ପୋଲିସ ବାହିନୀର ଅବଦାନ ଏବଂ ଧୈର୍ଯ୍ୟକୁ ପ୍ରଶଂସା କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
“ଆଜି, ପୋଲିସ୍ ସହୀଦ ଦିବସରେ, ମୁଁ ଆମର ପୋଲିସ୍ ବାହିନୀର ଧୈର୍ଯ୍ୟ ଏବଂ ଆଇନ ଶୃଙ୍ଖଳା ରକ୍ଷା କରିବା ତଥା ପ୍ରତିକୂଳ ପରିସ୍ଥିତିରେ ଲୋକଙ୍କୁ ସାହାଯ୍ୟ କରିବାରେ ସେମାନଙ୍କର ଉଲ୍ଲେଖନୀୟ ଅବଦାନକୁ ପ୍ରଶଂସା କରୁଛି । କର୍ତ୍ତବ୍ୟ ସମୟରେ ସହୀଦ ହୋଇଥିବା ସେହି ପୋଲିସ କର୍ମଚାରୀଙ୍କୁ ମୁଁ ମଧ୍ୟ ନମସ୍କାର କରୁଛି ।”