ଝାରସୁଗୁଡା- ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା,ମହାନଦୀ ଜଳ ସମସ୍ୟା ଓ ନିର୍ମାଣାଧୀନ ପୋଲଭରମ ପ୍ରକଳ୍ପ ବନ୍ଦ ଦାବିରେ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଭଗବାନ ସିନେ୍ଦାଳ ଗ୍ରାମର ଯୁବକ ସତ୍ୟବ୍ରତ ଦାଶ ପଦଯାତ୍ରାରେ ବାହାରି ଲଖନପୁର ବ୍ଲକରେ ପହଂଚିଛନ୍ତି । ବ୍ଲକରେ ପହଂଚି ସେ ପ୍ରଥମେ ରାଷ୍ଟ୍ରପତି ଙ୍କ ଉଦେ୍ଧଶ୍ୟରେ ବିଡ଼ିଓଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ବିଡ଼ିଓଙ୍କ ଅନୁପସ୍ଥିତରେ ଜିପିଓ ଗଜେନ୍ଦ୍ର ପଟେଲ ସ୍ମାରକପତ୍ର ଗ୍ରହଣ କରିଥିଲେ । ଏହି ସମୟରେ ବିଏସଓ ସୋମ୍ୟାରଞ୍ଜନ ଭୋଇ,ସାମାଜିକ କର୍ମୀ ବିରଂଚି ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଲୋକମାନେ ତାଙ୍କୁ ବହୁତ ପ୍ରଶଂସା କରିବା ସହିତ ସ୍ୱାଗତ ଜଣାଉଥିବା ସେ କହିଛନ୍ତି ଓ ଏହା ତାଙ୍କୁ ଆହୁରି ଅଧିକ ଶକ୍ତିଶାଳୀ କରୁଥିବା ସେ କହିଛନ୍ତି । ବିଡ଼ିଓଙ୍କୁ ସ୍ମାରକପତ୍ର ଦେବାପରେ ବେଳପାହାଡ଼ରେ ପହଂଚି ରାତ୍ରିଯାପନ କରିଛନ୍ତି । ପରେ ସେ ଝାରସୁଗୁଡା ପହଂଚି ଝାରସୁଗୁଡା ବ୍ଲକ ବିଡ଼ିଓଙ୍କୁ ମଧ୍ୟ ସ୍ମାରକପତ୍ର ଦେବେ ବୋଲି କହିଛନ୍ତି । ରାଜ୍ୟର ସମସ୍ତ ୩୧୪ ବ୍ଲକରେ ପହଂଚି ବିଡିଓଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ପ୍ରଦାନ କରିବେ । ସେ ଏବେ କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ର, କେନ୍ଦୁଝର, ସୁନ୍ଦରଗଡ ଜିଲ୍ଳା ଶେଷକରି ଝାରସୁଗୁଡା ଜିଲାରେ ପହଂଚିଛନ୍ତି । ଏହି ସବୁ ଜିଲାର ୯୫ ବ୍ଲକରେ ପହଂଚି ବିଡ଼ିଓଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।
ଗତ ଜୁଲାଇ ୧୦ ତାରିଖରୁ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକରୁ ସେ ପଦଯାତ୍ରା ଆରମ୍ଭ କରିଥିବାବେଳେ ଅଦ୍ୟାବଧି ସେ ୨୬୦୦ ରୁ ଉର୍ଦ୍ଧ କିଲୋମିଟର ·ଲିସାରିଲେଣି ।
Related Stories
December 26, 2024