ହିଞ୍ଜିଳିକାଟୁ :-ଗତ ୧ ତାରିଖ ଠାରୁ ଏକ ସପ୍ତାହ ଧରି କୋଳାହଳମୟ ତଥା ପ୍ରତିଯୋଗିତାମୁଳକ ଭାବେ ସ୍ଥାନୀୟ ସହରରେ ପାଳିତ ହେଉଥିବା ଶ୍ରୀ ଗଣେଶଙ୍କ ପୂଜାର ପରିସମାପ୍ତି ରବିବାର ଏକ ଆବେଗପୁର୍ଣ ଓ ଭକ୍ତିପୂତ ପରିବେଶରେ ହୋଇଥିଲା। ପୋଲିସ ପ୍ରଶାସନର ନିର୍ଦ୍ଦେଶ ପ୍ରକାରେ ବୃନ୍ଦାବନ ବିଦ୍ୟାପୀଠ ମିନି ଷ୍ଟାଡିୟମପରିସର ରେ ୨୫ଗୋଟି ମୂର୍ତ୍ତି ସହ କମିଟି ସଦସ୍ୟ ମାନେ ସମବେତ ହୋଇଥିଲେ।ରାତ୍ର ପ୍ରାୟ ସାଢ଼େ ୮ ସମୟରେ ବାଦ୍ୟ ବାଜଣା ସହ ପଟୁଆରରେ ବାହାରି ଜାତୀୟ ରାଜପଥ ଅତିକ୍ରମ କରି ବିସର୍ଜନ ପାଇଁ ଘୋଡାହାଡ ସେତୁ ଅଭିମୁଖେ ଯାତ୍ରା କରିଥିଲେ।ଉକ୍ତ ସାମୁହିକ ବିସର୍ଜନ କାର୍ଯ୍ୟକ୍ରମ ରେ ସହରର ସମସ୍ତ ପୂଜା କମିଟି ସାମିଲ ହୋଇଥିବା ବେଳେ ମାଣିକ ନଗରରେ ପୂଜା ପାଉଥିବା ଗଣେଶପୂଜା କମିଟି ସାମିଲ ହୋଇନ ଥିବା ଜଣାପଡିଛି।ପୂଜା ନିକଟରେ ଚାଲିଥିବା ମୀନା ବଜାରର ବ୍ୟବସାୟିକ କ୍ଷତି ଭରଣା ନିମନ୍ତେ ମେଢ଼ ବିସର୍ଜନ ହୋଇ ନ ଥିବା ଜଣାପଡିଛି। ଗଞ୍ଜାମ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ରବିବାର ମେଢ଼ ବିସର୍ଜନ ପାଇଁ ନିର୍ଦ୍ଦେଶ ଥିବା ବେଳେ ହିଞ୍ଜିଳିକାଟୁ ସହରରେ ଏହାର ବ୍ୟତିକ୍ରମ ଘଟିଛି।ମେଢ଼ ବିସର୍ଜନ ପାଇଁ ସମସ୍ତ କମିଟି ନିୟମ ପାଳନ କରିଥିବା ବେଳେ ସହରର କେଉଁ ବୃହତ୍ତର ସ୍ୱାର୍ଥ ପାଇଁ ପ୍ରଶାସନିକ ନିୟମ ବଦଳିଗଲା ତାହାହିଁ ଆଲୋଚ୍ୟ ପ୍ରସଙ୍ଗ ହୋଇଛି।
Related Stories
May 12, 2025
May 12, 2025