ନୂଆଦିଲ୍ଲୀ,ଦୀପାବଳିର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୨୩ତାରିଖ ଦିନ ଉତ୍ତରପ୍ରଦେଶର ଅଯୋଧ୍ୟା ଗସ୍ତରେ ଯିବେ । ଅପରାହ୍ନ ପ୍ରାୟ ପାଞ୍ଚଟା ବେଳେ ପ୍ରଧାନମନ୍ତ୍ରୀ ବିରାଜମାନ ପ୍ରଭୁ ଶ୍ରୀରାମ ଲାଲାଙ୍କ ଦର୍ଶନ ଓ ପୂଜା କରିବା ପରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ପରିସର ନିରୀକ୍ଷଣ କରିବେ । ପ୍ରାୟ ୫ଟା ୪୫ମିନିଟ୍ରେ ସେ ଭଗବାନ ଶ୍ରୀରାମଙ୍କ ପ୍ରତୀକାତ୍ମକ ରାଜ୍ୟାଭିଷେକ ସମ୍ପନ୍ନ କରିବେ । ସନ୍ଧ୍ୟା ସାଢେ ଛଅଟା ବେଳେ ପ୍ରଧାନମନ୍ତ୍ରୀ ସରଜୁ ନଦୀର ନୂତନ ଘାଟରେ ଆଳତୀ ଦର୍ଶନ କରିବା ପରେ ଭବ୍ୟ ଦୀପୋତ୍ସବ ସମାରୋହ ଶୁଭାରମ୍ଭ କରିବେ ।
ଚଳିତବର୍ଷ ଦୀପୋତ୍ସବର ଷଷ୍ଠ ସଂସ୍କରଣ ଆୟୋଜିତ ହେଉଥିବା ବେଳେ ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ସ୍ୱୟଂ ଏଥିରେ ଅଂଶଗ୍ରହଣ କରିବେ । ଏହି ଅବସରରେ ୧୫ଲକ୍ଷରୁ ଅଧିକ ପ୍ରଦୀପ ପ୍ରଜ୍ଜଳନ କରା ହେବ । ଦୀପୋତ୍ସବ କାଳରେ ପାଞ୍ଚଟି ଆନିମେଟେଡ଼ ମଣ୍ଡପ ଓ ବିଭିନ୍ନ ରାଜ୍ୟର ନୃତ୍ୟ ସହ ଏଗାରଟି ରାମଲୀଳା ମଣ୍ଡପ ମଧ୍ୟ ପ୍ରଦର୍ଶିତ ହେବ । ପ୍ରଧାନମନ୍ତ୍ରୀ ସରଜୁ ନଦୀ ରାମକୀ ପୈଢୀରେ ଭବ୍ୟ ସଙ୍ଗୀତ ଲେଜର ଶୋ ସହ ଥ୍ରୀ-ଡି ହଲୋଗ୍ରାଫିକ ପ୍ରୋଜେକ୍ସନ ମ୍ୟାପିଂ ଶୋ ମଧ୍ୟ ଦେଖିବେ ।