ଜଗତସିଂହପୁର, ଜଗତସିଂହପୁର ଜିଲ୍ଲା ନାଉଗାଁ ସ୍ଥିତ କମଳଲୋଚନ ହାଇସ୍କୁଲ ପରିସରରେ ପୋଖରୀରେ ବୁଡି ନବମ ଶ୍ରେଣୀ ଛାତ୍ର ମୃତ୍ୟୁ ଘଟଣାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଜୟ କୁମାର ସାହୁଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ ନିରଞ୍ଜନ ବେହେରା ।
ଅକ୍ଟୋବର ୨ ତାରିଖରେ ସମ୍ପୃକ୍ତ ଶିକ୍ଷକ ଛାତ୍ର ଶ୍ରୀତମଙ୍କୁ ସ୍କୁଲ ଭିତରକୁ ଟିଉସନ ପାଇଁ ଡାକିଥିଲେ । ପରେ ସ୍କୁଲ ହତା ଭିତରେ ଥିବା ପୋଖରିରୁ ଶ୍ରୀତମଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ନେଇ ପରିବାର ପକ୍ଷରୁ ନାଉଗାଁ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା ।