
ମାଲକାନଗିରି,ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ରିକ୍ଲା ମେସନ କଲୋନିରେ ବାସ କରୁଥିବା ଜଣେ ଅସହାୟ ମହିଳା ଲତା ସିଂ ଗତ ୧୫ ବର୍ଷ ପୂର୍ବେ ଦିଲ୍ଲୀର ବଳବାନ ସିଂ ନାମକ ଯୁବକଙ୍କୁ ବିବାହ କରିଥିଲେ । ତେବେ ସେଠାରେ ସ୍ବାମୀ ତାଙ୍କ ଉପରେ ଅତ୍ୟାଚାର କରୁଥିବା ବେଳେ ଯନ୍ତ୍ରଣା ଅସହ୍ୟ ହେବାରୁ ଗତ ୬ ମାସ ପୂର୍ବେ ସେଠାରୁ ଚାଲି ଆସି ମାଲକାନଗିରି ସଦରରେ ଥିବା ରିକ୍ଳାମେସନ କଲୋନୀରେ ରହିଥିଲେ । ତେବେ ରୋଜଗାରର ପନ୍ଥା ନଥିବାରୁ ଲତା ପର ଘରେ ବାସନ ମାଜି ଚଳୁଥିବା ବେଳେ ପୁଅ ସନ୍ଦିପ ବିଦ୍ୟୁତ ସରଞ୍ଜାମ ମରାମତି କରି ନାନା କଷ୍ଟରେ ଚଳୁଥିଲେ । ଦୁହେଁ ଅସହାୟ ଅବସ୍ଥାରେ ରହୁଥିବା ବେଳେ ତାଙ୍କୁ ସରକାରୀ ସହାୟତା ଯୋଗାଇବାକୁ ସାଧାରଣରେ ଦାବି ହେଉଥିବାରୁ ଏହି ଖବର ପାଇ ଆଜି ମାଲକାନଗିରି ପୌରପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ କାହ୍ନୁ ଚରଣ ପଟ୍ଟନାୟକ , ନିର୍ବାହୀ ଯନ୍ତ୍ରୀ ଇନ୍ଦୁ ମାଧବ ସରକାର, କନିଷ୍ଠ ଯନ୍ତ୍ରୀ କରଣ ବୁରୁଦା, ସ୍ଥାନୀୟ ୱାର୍ଡର ଏସଡିଏ ସଭାପତି ତଥା ସମାଜ ସେବି କେ.ରାହୁଲ ପ୍ରମୁଖ ତାଙ୍କ ନିକଟରେ ପହଞ୍ଚି ଥିଲେ । ଲତାଙ୍କ ସମସ୍ୟା ବିଷୟରେ ପଚାରି ବୁଝିବା ସହ ତାଙ୍କୁ କିଭଳି ରୂପେ ଥଇଥାନ କରାଯିବା ସହ ରାସନ କାର୍ଡ, ଘର ଓ ଅନ୍ୟାନ୍ୟ ସରକାରୀ ସହାୟତା ପ୍ରଦାନ ପାଇଁ ଅଧିକାରୀ ମାନେ ତାଙ୍କ ପତିଶୃତି ଦେଇଥିଲେ ।