
କଟକ/ଭୁବନେଶ୍ୱର, ଧାମନଗର ଉପ ନିର୍ବାଚନରେ ବିଜେପି ପ୍ରାର୍ଥୀ ଜିତିବେ । ବିଜେପିର ବିଜୟ ନିଶ୍ଚିତ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ । କଟକରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ପୂର୍ବରୁ ସେଠାରେ ବିଜେପି ପ୍ରାର୍ଥୀ ସ୍ୱର୍ଗତ ବିଷ୍ଣୁ ସେଠୀ ବିଜୟୀ ହୋଇଥିବା ବେଳେ ଏବେ ତାଙ୍କ ପୁଅ ସୂର୍ଯ୍ୟ ବଂଶୀ ସୂରୁପ ନିର୍ବାଚନ ଲଢୁଛନ୍ତି । ଦିବଂଗତ ବିଷ୍ଣୁ ସେଠୀ ଜଣେ ଅଭିଜ୍ଞ ଓ ଦକ୍ଷ ନେତା ଥିଲେ ।ଏଥର ମଧ୍ୟ ନିର୍ବାଚନରେ ବିଜେପି ପ୍ରାର୍ଥୀ ନିଶ୍ଚିତ ବିଜୟୀ ହେବେ ବୋଲି କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ କହିଛନ୍ତି ।