ଚକ୍ରତୀର୍ଥ ରାସ୍ତା ର ସମ୍ପ୍ରସାରଣ ପ୍ରତିବାଦ ରେ ପେଣ୍ଠକଟା ବଜାର ମହାସଂଘ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରାଯାଇଛି l ସୁବାସ ବୋଷ ଛକ ଠାରୁ ପେଣ୍ଠକଟା ଛକ ପର୍ଯ୍ୟନ୍ତ ରାସ୍ତା କୁ ଚଉଡ଼ା କରିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି ।ଏଥିରେ ପ୍ରାୟ ୫୦୦ ପରିବାର ଓ ଦୋକାନୀ କ୍ଷତିଗ୍ରସ୍ତ ହେଉଛନ୍ତି।ମହାସଂଘ ର ସଭାପତି ବାବୁଲା ପ୍ରସାଦ କୁହନ୍ତି ପେଣ୍ଠକଟା ବଜାର ଉପରେ ପ୍ରାୟ ୧୦୦୦୦ ମତ୍ସ୍ୟ ଯିବି ଓ ସ୍ଥାନୀୟ ଲୋକେ ନିର୍ଭର କରନ୍ତି । ଏହା ଏକ ସହରର ପୁରାତନ ବଜାର ।ଏଠାରେ କୌଣସି ବଜାର ଗୃହ ନାହିଁ ।ବ୍ୟବସାୟୀ ମାନେ ରାସ୍ତାର ଦୁଇ ପାର୍ଶ୍ଵ ରେ ନିଜନିଜ ର ବ୍ୟବସାୟ କରି ଗୁଜୁରାଣ ମେଣ୍ଟାଇ ଥାନ୍ତି। ତେଣୁ ରାସ୍ତା ସମ୍ପ୍ରସାରଣ କୁ ସ୍ବାଗତ କରିବା ସଙ୍ଗେ ସଙ୍ଗେ ଏହା ପୂର୍ବରୁ କରାଯାଇଥିବା ମାପ କୁ ଆଧାର କରି ନୂତନ ମାପ ନିଆଯାଉ ବୋଲି ଦାବି କରାଯାଇଛି ।ଏଥିରେ କ୍ଷତିଗ୍ରସ୍ତ ଦୋକାନୀ ଓ ପରିବାର କୁ ଉପଯୁକ୍ତ କ୍ଷତିପୂରଣ ଦିଆଯାଉ ବୋଲି ମହାସଂଘ ପକ୍ଷରୁ ଦାବି କରାଯାଇଛି ।ଜିଲ୍ଲାପାଳଙ୍କ ସହିତ ଆଲୋଚନାରେ ପୂର୍ତ୍ତବିଭାଗ ଯନ୍ତ୍ରୀ ଓ ମୁନିସିପାଲିଟୀ ର ଯନ୍ତ୍ରୀ ଉପସ୍ଥିତ ରହିଥିଲେ ।ସଂଘ ପକ୍ଷରୁ ଏକ ବିରାଟ ଶୋଭାଯାତ୍ରା ପେଣ୍ଠକଟା ବଜାର ଠାରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବାହାରିଥିଲା ।ଏଥିରେ ବାବୁଲା ପ୍ରସାଦ, ବିଜୟ କୁ ମିଶ୍ର,ରବୀନ୍ଦ୍ର କୁମାର ବିଷୋୟୀ, ବାବୁଲା ବେହେରା, ଶିବ ସୁନ୍ଦର୍ ପାତ୍ର,ମଣ୍ଟୁ ଦାସ, ସୁମନ୍ତ ଦାସ ପ୍ରମୁଖ ନେତୃତ୍ୱ ନେଇଥିଲେ ।
Related Stories
November 24, 2024
November 24, 2024