କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଅଗ୍ରଣୀ ସାମାଜିକ ଅନୁଷ୍ଠାନ “ଦି ବେଲ୍ ର youth forum ” ନେତୃତ୍ୱରେ ପୁରୀ ର ବିଭିନ୍ନ ଅନୁଷ୍ଠାନ ଓ ବୁଦ୍ଧିଜୀବୀ ମିଳିତ ଭାବରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁଙ୍କୁ ସାକ୍ଷାତ କରି ବିଶ୍ଵକବି ରବୀନ୍ଦ୍ରନାଥ ଟାଗୋରଙ୍କ ସାଧନା ପୀଠ “ପାଥେରପୁରି” ର ସ୍ମୃତି ର ସୁରକ୍ଷା ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ରାଜ୍ୟ ସରାକରଙ୍କ ପ୍ରସ୍ତାବିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିର୍ମାଣ କୁ ସ୍ଵାଗତ କରାଯିବା ସହ ଉକ୍ତ ସ୍ଥାନର ଐତିହ୍ୟ ଓ ସ୍ମୃତି ପୀଠ ର ଧ୍ଵଂସ ନୁହେଁ, ସୁରକ୍ଷା ନିମନ୍ତେ ନିମୋକ୍ତ ଦାବି ଗୁଡ଼ିକ ଉପସ୍ଥାପନ କରାଯାଇଛି :-
* ପ୍ରସ୍ତାବିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରକୁ ରବୀନ୍ଦ୍ରନାଥ ଟାଗୋରଙ୍କ ନାମରେ ନାମିତ କରାଯାଉ।
*ଏହାର ମୂଳ ଢାଞ୍ଚା କୃତିରେ ନୂତନ ଢାଞ୍ଚା ନିର୍ମାଣ କରାଯାଉ।
* ପାଥେରପୁରୀ ପରିସର ମଧ୍ୟରେ ବିସ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ କରାଯାଉ।
* ପ୍ରସ୍ତାବିତ ଛାତ୍ରାବାସ କୁ ପାଥେରପୂରୀ ନାମରେ ନାମିତ କରାଯାଉ।
ଏହି ଦାବିପତ୍ର କୁ ଦି ବେଲ୍ youth forum ର ସତ୍ୟନାରାୟଣ ସାହୁ, ଓମ୍ ପ୍ରକାଶ ମହାନ୍ତି, ଶିଶୁ ସମାଚାର ର ସୁକାନ୍ତ ପଣ୍ଡା, ଉତ୍କଳ ବିଦ୍ୱତ ପରିଷଦର ମନୋଜ ରଥ, ଆମେ ଶ୍ରୀକ୍ଷେତ୍ର ବାସୀ ର ଶଙ୍କର ପଣ୍ଡା, ଶ୍ରୀ ସାଇ ଉଦୟଲକ୍ଷ୍ମି ଟ୍ରଷ୍ଟ ର ରାଜକିଶୋର ପାତ୍ର, ଗ୍ରୀନ ଅମ୍ବ୍ରେଲା ର ରତିକାନ୍ତ ପ୍ରତିହାରୀ, ସମର୍ପଣ ର ବ୍ରଜ କିଶୋର ସାହୁ, ସଂକଳ୍ପ ଫାଉଣ୍ଡେସନ ର ସୁଚରିତା ପାଢ଼ୀ, ବୋଧିଚକ୍ର ର ଉମେଶ ଦାସ, ଦି ମିରର ର ସଞ୍ଜୟ ପ୍ରଧାନ ଙ୍କ ସହ ଅନେକ ବୁଦ୍ଧିଜୀବୀ ଙ୍କ ସହ ଛାତ୍ରୀ ବିଜୟଲକ୍ଷ୍ମୀ ବରାଳ, ଲିପ୍ସା ଗୁରୁ, ଶୁଭଶ୍ରୀ ସ୍ୱାଇଁ ପ୍ରମୁଖ ଏହି ଦାବିପତ୍ର ପ୍ରଦାନ ରେ ଯୋଗ ଦେଇଥିଲେ।
Related Stories
November 24, 2024
November 24, 2024