ଝାରସୁଗୁଡା -ଲଖନପୁର ବ୍ଲକ ପଲସଦା ସ୍ଥିତ ଉଦୟ ବେହେରା ସରକାରି ହାଇସ୍କୁଲ ର ଦଶମ ଶ୍ରେଣୀର ଛାତ୍ର ସତ୍ୟଜିତ କିଷାନ କୁ ଛାତ୍ରାବାସର ରୋଷେଇୟା ମାଡ ମାରିଥିବା ଅଭିଯୋଗ ର ତଦନ୍ତ ଆରମ୍ଭ ହୋଇଛି । ·ଇଲଡ଼ ଲାଇନର ସଂଯୋଜକ ଆଶିଷ ପଣ୍ଡା ଓ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷା ଆନନ୍ଦିନୀ ପାଢ଼ୀ ଙ୍କ ନେତୃତ୍ୱ ରେ ଏକ ପ୍ରତିନିଧି ଦଳ ବିଦ୍ୟାଳୟକୁ ଯାଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସହିତ ଅଭିଯୋଗ ସମ୍ପର୍କରେ ଆଲୋଚନା କରିବା ସହ ବିଦ୍ୟାଳୟ ର ପରି·ଳନା କମିଟିର ସଦସ୍ୟ ଓ ଅନ୍ୟ ମାନଙ୍କ ସହିତ ଆଲୋଚନା କରି ଘଟଣାର ତଦନ୍ତ କରିଛନ୍ତି ।
ବିଦ୍ୟାଳୟର ପରି·ଳନା କମିଟି ପକ୍ଷରୁ ଘଟଣା ସମ୍ପର୍କରେ ଜିଲ୍ଲା ମଙ୍ଗଳ ଅଧିକାରୀ ଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇବା ପାଇଁ ପ୍ରସ୍ତାବ ଗୃହୀତ ହୋଇଛିୟଜିଲ୍ଲା ·ଇଲଡ଼ ଲାଇନ ଓ ଶିଶୁ ମଙ୍ଗଳ କମିଟିର ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କୁ ଅବଗତ କରିବା ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ । ଗତ ରବିବାର ଜିଲ୍ଲା ମଙ୍ଗଳ ବିଭାଗ ଅଧୀନରେ ପଲସଦା ଠାରେ ଥିବା ସେବାଶ୍ରମ ଛାତ୍ରାବାସ ରେ ରୋଷେୟା ଭାବେ କାର୍ଯ୍ୟ କରୁଥିବା ମହେନ୍ଦ୍ର ଭୁଏ ଦଶମ ଶ୍ରେଣୀର ଛାତ୍ର କୁ ଲୁହା ମଶାରୀ ବାଡ଼ିରେ ମାଡ଼ ମାରିଥିବା ନେଇ ଅଭିଯୋଗ ହେବା ପରେ ପ୍ରଥମେ ପଲସଦା ଓ ପରେ ଟିଆରଏଲ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲା ।ଏ ସମ୍ପର୍କରେ ·ଇଲଡ଼ ଲାଇନ ଖବର ପାଇବା ପରେ ଜିଲ୍ଲା ଶିଶୁ ମଙ୍ଗଳ କମିଟି କୁ ଜଣାଇବାରୁ ଆଜି ମିଳିତ ଭାବେ ଘଟଣାର ତଦନ୍ତ କରାଯାଇଛି ।