
ନୂଆଦିଲ୍ଲୀ, ୧ଠ ଲକ୍ଷ ଲୋକଙ୍କୁ ନିଯୁକ୍ତି ସୁଯୋଗ ଦେବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୨୨ ତାରିଖ ଦିନ ରୋଜଗାର ମେଳା ଶୁଭାରମ୍ଭ କରିବେ । ଏହି ଦିନ ପୂର୍ବାହ୍ନ ୧୧ଟା ବେଳେ ଏହା ଭିଡିଓ କନଫରେନ୍ସିଂ ଜରିଆରେ ସମ୍ପନ୍ନ ହେବ । ଉତ୍ସବରେ ୭୫ ହଜାର ନୂତନ ନିଯୁକ୍ତିଧାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନବନିଯୁକ୍ତଙ୍କୁ ସମ୍ବୋଧନ ମଧ୍ୟ କରିବେ ।