
ନୂଆଦିଲ୍ଲୀ, ଖେଲୋ ଇଣ୍ଡିଆ ୟୁଥ ଗେମ୍ସର ଆଗାମୀ ସଂସ୍କରଣ ମଧ୍ୟପ୍ରଦେଶରେ ଅନୁଷ୍ଠିତ ହେବ । ଜାତୀୟ ରାଜଧାନୀ ଦିଲ୍ଲୀରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନଙ୍କ ଉପସ୍ଥିତିରେ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର ଏହି ସୂଚନା ପ୍ରଦାନ କରିଥିଲେ । ଏହି କ୍ରୀଡା ପ୍ରତିଯୋଗିତା ୨୦୨୩ ର ଜାନୁୟାରୀ ୩୧ ତାରିଖରୁ ୧୧ ଫେବୃଆରୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି କାର୍ଯ୍ୟସୂଚୀ ନିର୍ଦ୍ଧାରିତ ହୋଇଛି ।
ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସର ଆଗାମୀ ସଂସ୍କରଣରେ ସମୁଦାୟ ୨୭ ଟି ଶୃଙ୍ଖଳା (କ୍ରୀଡା) ପ୍ରଦର୍ଶିତ ହେବ; ଏହି ଖେଳର ଇତିହାସରେ ପ୍ରଥମ ଥର ପାଇଁ ଜଳ କ୍ରୀଡା ଅନ୍ତର୍ଭୁକ୍ତ ହେବ । ଚିରାଚରିତ ଭାବେ ଆୟୋଜିତ ହେଉଥିବା କ୍ରୀଡା ଏବଂ ସ୍ୱଦେଶୀ ଖେଳ ସହିତ କାନୋ ସ୍ଲାଲୋମ୍, କାୟାକିଂ, କାନୋଇଂ ଏବଂ ରୋଇଂ ଭଳି ନୂତନ ଶୃଙ୍ଖଳା ମଧ୍ୟ ଏଥିରେ ପ୍ରଦର୍ଶିତ ହେବ । ଏହି ଖେଳ ମଧ୍ୟ ପ୍ରଦେଶର ଆଠଟି ସହର, ଯଥା : ଭୋପାଳ, ଇନ୍ଦୋର, ଉଜ୍ଜୟିନୀ, ଗ୍ୱାଲିଅର, ଜବଲପୁର, ମାଣ୍ଡଲା, ଖାର୍ଗୋନ (ମହେଶ୍ୱର) ଏବଂ ବାଲାଘାଟ ଠାରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।