ବଲାଙ୍ଗିର, ଆଜି ସକାଳ ୯ଟା ସମୟରେ ବଲାଙ୍ଗୀର ଗାନ୍ଧୀନଗର ପଡା ଇନଡୋର ଷ୍ଟାଡିୟମ ଠାରେ ରାଜ୍ୟସ୍ତରୀୟ ଓଡ଼ିଶା ଷ୍ଟେଟ୍ ବେଡମିଣ୍ଟନ ଚାମ୍ପିଅନସିପ୍ ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଯୋଗଦେଇ ଫିତା କାଟି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବରେ ଜିଲ୍ଲାପାଳ ଚଂଚଳ ରାଣା ଓ ବଲାଙ୍ଗୀର ଏସପି ନିତିନ କୁଶଲକର ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ ।
ଏହି ଉତ୍ସବରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ବ୍ୟାଡମିଣ୍ଟନ ଖେଳାଳି ମାନେ ଯୋଗ ଦେଇଥିଲେ ।