ଘଟଗାଁ- କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ମସିଣାଯୋଡି ଏଜୁକେସନାଲ କମ୍ପେr ସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ରୀ ମୃତ୍ୟୁ ଘଟିଛି । ଛାତ୍ରୀ ଜଣକ ଅସୁସ୍ଥ ହେବା ପରେ ସ୍କୁଲ ପକ୍ଷରୁ ଚିକିତ୍ସା ଅବହେଳା କାରଣରୁ ମୃତ୍ୟୁ ହୋଇଥିବା ଅଭିଭାବକ ଅଭିଯୋଗ କରିଥିଲେ । କୌଣସି ମେଡିକାଲ ରିପୋର୍ଟ ପରିବାରକୁ ଦିଆଯାଇନଥିବା ସହ ଘର ବାରଣ୍ଡାରେ ସ୍କୁଲ କର୍ତୃପକ୍ଷ ମୃତଦେହ ଛାଡି ·ଲି ଯାଇଥିବାକୁ ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ ।
ପୋଲିସକୁ ସୂ·ନା ଦେବା ପରେ ତଦନ୍ତ ବିଳମ୍ବ କାରଣରୁ ଗ୍ରାମରେ ଉତେଜନା ପ୍ରକାଶ ପାଇଥିଲା । ଛାତ୍ରୀଙ୍କ ଶବ ୧୨ଘଂଟା ଧରି ସ୍କୁଲ ସମ୍ମୁଖରେ ପଡିରହିଥିଲା । ସ୍କୁଲ ସମ୍ମୁଖରେ ଶବ ରଖି ଦୃଢ କାର୍ଯ୍ୟନୁÂାନ ଦାବିରେ ଗ୍ରାମବାସୀ ଉତେଜନା ପ୍ରକାଶ କରିଥିଲେ । ଘଟଣାସ୍ଥଳରେ ଉତେଜନାକୁ ନେଇ ପଣ୍ଡାପଡା ପୋଲିସ ଓ ସ୍କୁଲ କର୍ତୃପକ୍ଷ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ପରିବାର ଲୋକଙ୍କୁ ଆର୍ଥିକ ସହାୟତା ଦେବା ପରେ ଧାରଣା ହଟିବା ସହ ଛାତ୍ରୀର ମୃତଦେହ ବ୍ୟବଛେଦ ପାଇଁ କେନ୍ଦୁଝର ପଠାଯାଇଥିଲା ।
Related Stories
December 26, 2024