
ରାଉରକେଲା,ରାଉରକେଲା ସହରରେ ସ୍ଵେରେଜ ବୋର୍ଡ ତରଫରୁ ମୁଖ୍ୟ ଲାଇନ ସହର ସାରା ବିଛାଯିବା ପରେ ଏବେ ଏହି ନାଳକୁ ନିଜଘରର ମଇଳା ପାଣି ଓ ମଇଳା ଲାଇନକୁ ସଂଯୋଗ କାମ ଆରମ୍ଭ ହୋଇଥିବା ବେଳେ ଏହି ସଂଯୋଗିକରଣ ପ୍ରତି ଘର ମାଲିକ ବ୍ୟବସାୟିକ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ, ଆପାର୍ଟମେଂଟ ସମେତ ସରକାରୀ ଯାଗା ଜବର ଦଖଲ କରି ରହୁଥିବା ଓ ବେପାର କରୁଥିବା ଲୋକ ମାନେ ମଧ୍ୟ ଏହି ସଂଯୋଗିକରଣର ଫାଇଦା ନେଇପାରିବେ ବୋଲି ଏହାର ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି । ତେବେ ଏହି କାମ ସିଭିଲ ଟାଉନ ଅଂଚଳରେ ପ୍ରଥମେ ଆରମ୍ଭ ହୋଇ ଏବେ ଛେଣ୍ଡକୁ ଆସିଛି । ତେବେ ଏହା କିଭଳି ହେବ ସେ ନେଇ ଲୋକେ ଦ୍ଵନ୍ଦରେ ଥିବା ବେଳେ ଏହାର ମୁଖ୍ୟ କହିଛନ୍ତି ଯେ ,ଏଥିଲାଗି ଏକ ଫର୍ମ ମିଳୁଛି, ଏହାକୁ ପୁରଣ କରି ସେଥିରେ ଘରର କୌଣସି କାଗଜର ଫଟୋକପି ସଂଯୋଗ କରି ସିଭିଲ ଟାଉନ ସ୍ଵେରେଜ ବୋର୍ଡ ଅଫିସରେ ଦେବା ପରେ ଏହାର ସ୍ଵୀକୃତି ଦିଆଯିବ । ତାପରେ ନିଜ ଖର୍ଚ୍ଚରେ ଏ ସଂଯୋଗ ବିଷୟରେ ଜାଣିଥିବା ଠିକାଦାର ମିସ୍ତ୍ରୀଙ୍କ ଦ୍ଵାରା କାମ କରାଇ ନେବାକୁ କୁହାଯାଇଛି । ଏ ସମସ୍ତ ଖର୍ଚ୍ଚ ନିଜେ ବହନ କରିବାକୁ କୁହାଯାଇଛି । ଏନେଇ ୧୨ ଜଣ ମିସ୍ତ୍ରୀଙ୍କୁ ତାଲିମ ଦିଆଯାଇଛି, ସେ ତାଲିକା ମଧ୍ୟ ରଖାଯାଇଛି। ସେମାନଙ୍କର ସହଯୋଗ ମଧ୍ୟ ନିଆଯାଇପାରିବ । ତା ଛଡା ଏହାକୁ ନେଇ ସଚେତନତା ମେଳା ମଧ୍ୟ କରାଯାଉଛି। ଆଗାମୀ ୨୭ତାରିଖରେ ଛେଣ୍ଡରେ ଏହି ମେଳା ଅନୁଷ୍ଠିତ ହେବ। ସେଠାରେ ଆବେଦନ ଫର୍ମ ଗ୍ରହଣ ମଧ୍ୟ ଗ୍ରହଣ କରାଜିବ ବୋଲି କୁହାଯାଇଛି । ବାକି ରହିଲା ଯେଉଁ ମାନେ ସରକାରୀ ଯାଗା ଜବରଦଖଲ କରି ଘର, ଅନୁଷ୍ଠାନ କରି ରହୁଛନ୍ତି ସେମାନେ ଏଥିଲାଗି ଏକ ଏଗ୍ରିମେଂଟ ଦେବେ ଯେଉଁଥିରେ ଲେଖା ରହିବ ଭବିଷ୍ୟତରେ ଏହି ସ୍ଵୀକୃତି ପତ୍ରକୁ ଅଦାଲତରେ ବ୍ୟବହାର କରିପାରିବେ ନାହିଁ, ପରେ ସେମାନେ ଏହି ସଂଯୋଗ ନେଇ ପାରିବେ, ମନ ଇଛା ନେଲେ ସେମାନେ ଏଥିଲାଗି ଦଣ୍ଡିତ ହେବେ ବୋଲି ନିର୍ବାହୀ ଅଧିକାରୀ ବସନ୍ତ ଡାକୁଆ ପ୍ରକାଶ କରିଛନ୍ତି ।