
ବଲାଙ୍ଗିର,ଭାରତୀୟ ମଜଦୁର ସଂଘର ରାଜ୍ଯ ସମ୍ପାଦକ ତଥା ଭାରତୀୟ ତେଲି ସାମାଜର ରାଷ୍ଟ୍ରୀୟ ତେଲି ସାହୁ ମହା ସଂଗଠନର ରାଷ୍ଟ୍ରୀୟ ଉପସଭାପତି ସ୍ଵର୍ଗତ ଅରୁଣ କୁମାର ସାହୁଙ୍କ ଆଜି ଦ୍ବାଦଶାହ ଉପଲକ୍ଷେ ସ୍ଥାନୀୟ ଅଗ୍ରସେନ ଭବନ ଠାରେ ଅୟୋଜିତ ସଭାରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି। ଜିଲ୍ଲା ତେଲି ସାମାଜ ସଭାପତି ଉମାକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳୀରେ ଭାରତୀୟ ମଜଦୁର ସଂଘ ଓ ତେଲି ସମାଜର ସୁରେନ୍ଦ୍ର ରାୟ, ସାନ୍ତନୁ ମହାପାତ୍ର, ଡା. ବିଶ୍ଵଜିତ୍, ଗିରୀଶ ମହାନ୍ତି, ଗୌରୀ ସାହୁ, ପ୍ରେମାନନ୍ଦ ସାହୁ, ସାନ୍ତନୁ କୁମାର ବେହେରା, ଶ୍ରମିକ ନେତା ବିଭୂଦତ୍ତ ମିଶ୍ର, କୃଷ୍ଣଚନ୍ଦ୍ର ସାହୁ, ବିଧୁଭୁଷଣ ତ୍ରିପାଠୀ, ଶଶିଭୂଷଣ ସାହୁ, ସନ୍ତୋଷ କୁମାର ସାହୁ, ବୀର ପଣ୍ଡା, ସଂଘ ପ୍ରଚାରକ ସନ୍ତୋଷ କୁ ବେହେରା, ପ୍ରଦୀପ କୁମାର ବେହେରା, କୃଷ୍ନ ବିହାରୀ ସାହୁ, ବିରଂଚି ପାଢୀ, ଅଙ୍ଗିରା ସାହୁ, ବସନ୍ତ ସାହୁ,ଫକୀର ସାହୁ, ବିକାଶ ସାହୁ ତାଙ୍କ ସମ୍ପର୍କରେ ବକ୍ତବ୍ୟ ରଖି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଆଜୀବନ ଅବିବାହିତ ଥିବା ସ୍ଵର୍ଗତ ସାହୁ ପିଲାଦିନରୁ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିବା ବେଳେ ଛାତ୍ର ଜୀବନରୁ ବିଦ୍ୟାର୍ଥୀ ପରିଷଦର ଜଣେ ସକ୍ରିୟ କାର୍ଯ୍ଯକର୍ତ୍ତା କେନ୍ଦ୍ର ସ୍ତରରୁ ରହି ଆସିଥିଲେ। ଶ୍ରମିକଙ୍କ ସେବା କର୍ମରେ ଲିପ୍ତ ରହି ସେ ୩୦ ବର୍ଷରୁ ଅଧିକ ସମୟ ଧରି ଭାରତୀୟ ମଜଦୁର ସଂଘର ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା ଭବରେ ଜିଲ୍ଲା ରାଜ୍ଯ ଓ କେନ୍ଦ୍ରରେ ବେଶ ସକ୍ରିୟ ଥିଲେ। କେନ୍ଦ୍ରୀୟ ସ୍ତରରେ ସାହୁ ତେଲି ସାମାଜ ସଂଗଠନ ସହିତ ସେ ଜଡିତ ରହି କେଦ୍ରୀୟ ପଦାଧିକାରୀ ରହି ସାମାଜ ପାଇଁ ବିଭିନ୍ନ ରାଜ୍ୟରେ କାର୍ଯ୍ୟରତ ଥିଲେ। ୫୩ ବର୍ଷ ବୟସରେ ଗତ ୧୦ ଅକ୍ଟୋବରରେ ହୃଦଘାତରେ ତାଙ୍କର ପରଲୋକ ହୋଇଥିଲା।