
ଭୁବନେଶ୍ୱର , ଆସନ୍ତା ନଭେମ୍ବର ୧୨ ତାରିଖ ଶନିବାର ଦିନ ଖୋର୍ଦ୍ଧା ଜିଲ୍ଲାରେ କାର୍ଯ୍ୟରତ ଥିବା ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରର ଯଥା ଭୁବନେଶ୍ୱର,ଖୋର୍ଦ୍ଧା,ବାଣପୁର,ଜଟଣୀ, ଚିଲିକା ଓ ଗ୍ରାମ୍ୟ ନ୍ୟୟାଳୟ ଟାଙ୍ଗୀ ପରିସରରେ ରାଷ୍ଟ୍ରୀୟ ଲୋକଅଦାଲତ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଆଇନ ସେବା ପ୍ରାଧୀକରଣଙ୍କ ସଚିବ ସୌଦାମିନୀ ସିଂ ପ୍ରକାଶ କରିଛନ୍ତି ।
ଉକ୍ତ ଲୋକ ଅଦାଲତରେ ରଫା ଯୋଗ୍ୟ ଫୌଜଦାରୀ ମାମଲା,ଚେକ ବାଉନ୍ସ ମାମଲା,ବ୍ୟାଙ୍କ ଋଣ ଅନାଦେୟ ମାମଲା,ଗାଡି ମୋଟର ଦୁର୍ଘଟଣା ଜନିତ ମାମଲା,ଶ୍ରମ ବିବାଦମାମଲା,ଜଳ,ବିଦ୍ୟୁତ ଅନାଦେୟ ମାମଲା,ବୈବାହିକ ମାମଲା,ଜମି ଅଧିଗ୍ରହଣ,ଖାଉଟି ଚାକିରି ଏବଂ ଅବସର ସମ୍ବନ୍ଧୀୟ ମାମଲା,ରାଜସ୍ୱ , ଦେୱାନୀ ଓ ଅନ୍ୟାନ୍ୟ ଜନ ଉପଯୋଗୀ ମାମଲାମାନ ବିଭାଗୀୟ ଅଦାଲତରେ ଆଗତ କରାଯିବ । ଉକ୍ତ ଲୋକ ଅଦାଲତରେ ମାମଲାର ଫଇସଲା ପାଇଁ କୌଣସି ଆର୍ôଥକ ଖର୍ଚ୍ଚ ପଡେ ନାହିଁ ଓ ଲୋକ ଅଦାଲତର ରାୟ ଚୁଡାନ୍ତ ବୈଧ ଓ ଫଳପ୍ରଦ ଯୋଗ୍ୟ ଅଟେ ।