
ଭୁବନେଶ୍ୱର , ଧାମନଗର ଉପନିର୍ବାଚନ ବେଳେ ମତଦାନ କେନ୍ଦ୍ରକୁ ମୋବାଇଲ ନ ନେବା ପାଇଁ ସିଇଓଙ୍କ ନିକଟରେ ଦାବି କରିଛି ବିଜେପି । ବିଜେଡିକୁ ଭୋଟ ଦେଇ ଫଟୋ ଦେଖାଇଲେ ୨୦୦୦ ହଜାର ଟଙ୍କା ଦେବାକୁ ପ୍ରଲୋଭିତ କରାଯାଉଛି । ଯାହା ନିର୍ବାଚନ ଆଚରଣ ବିଧିର ଉଲଘଂନ । ତେଣୁ ମତଦାନ ବେଳେ ମୋବାଇଲ ବ୍ୟବହାରକୁ ବାରଣ କରିବାକୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛି ବିଜେପି ପ୍ରତିନିଧି ଦଳ ।