କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
କୋଣାର୍କ ଇଣ୍ଟରନ୍ୟାସନାଲ କଳା ପ୍ରଦର୍ଶନ ୨୦୨୨ ସ୍ଥାନୀୟ ଲଳିତ କଳା ପୁରୀ ଆର୍ଟ ଗ୍ୟାଲେରୀ ପରିସରରେ ଉଦଘାଟିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ କଳା ନିର୍ବାଣ ର ନିର୍ଦେଶକ ଆଶିଷ ପାହି,ଚିତ୍ରକାର ଚନ୍ଦ୍ରଶେଖର ମହାରଣା, ପରେଶନାଥ,ଶିଳ୍ପପତି ରାଜୁ ପାତ୍ର,କଳା ପ୍ରେମୀ ପଦ୍ମନାଭ ପଣ୍ଡା ଏବଂ ପୁରୀ ଆର୍ଟ ଗ୍ୟାଲେରୀ ର ପରିଚାଳକ ସତ୍ୟ ପାଢ଼ୀ ଯୋଗଦାନ କରି କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ହାଇଦ୍ରାବାଦ ର କଳାନିର୍ବାଣ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା 60 ରୁ ଉର୍ଦ୍ଧ କଳା ପ୍ରଦର୍ଶନ କରାଯାଇଥିଲା ।କଳା ନିର୍ବାଣ ନିର୍ଦେଶକ ଆଶିଷ ପାହି ଙ୍କ ଦ୍ବାରା ୯ ଟି ଦେଶର ୬୦ ଟି କଳା ପ୍ରଦର୍ଶନ କରାଯାଇଥିଲା ।ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଶ୍ୱରେ କଳା ଗୁଡ଼ିକ ଲୋକପ୍ରିୟ କରିବା ।ଏହା ଓଡ଼ିଶାରେ ପ୍ରଥମ କରି ପୁରୀ ସହରରେ ମହାପ୍ରଭୁଙ୍କ ଦାଣ୍ଡରେ ଉଦଘାଟନ କରାଯାଇଛି | ପୁରୀ ହେଉଛି ଏକ କଳାର ସହର ତେଣୁ କଳା କୁ ଭଲ ପାଇବା ନିମନ୍ତେ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି ।
ପରେ ପରେ କୋଣାର୍କ ଇଣ୍ଟରନ୍ୟାସନାଲ ର ପୁସ୍ତକ ଉନ୍ମୋଚନ କରାଯାଇଥିଲା ।
ଏଥିରେ ଦେଶ ତଥା ଦେଶ ବାହାରର ଚିତ୍ରକାର ମାନେ ଯୋଗଦାନ କରିଥିଲେ ।ଶେଷରେ ଆର୍ଟ ଗ୍ୟାଲେରୀ ର ପରିଚାଳକ ସତ୍ୟ ପାଢ଼ୀ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।