-
ସୁସ୍ଥ ହେଲେ ୨,୫୭୯, ସକ୍ରିୟ ମାମଲା ୨୫,୫୧୦
ନୂଆଦିଲ୍ଲୀ,ଦେଶରେ ଗତ ୨୪ ଘଂଟା ମଧ୍ୟରେ ୨,୧୪୧ ନୂଆ କରୋନା ମାମଲା ସାମନାକୁ ଆସିଛି । ୨,୫୭୯ ଜଣ ସୁସ୍ଥ ହୋଇଛନ୍ତି । ଦୈନିକ ସଂକ୍ରମଣର ହାର ରହିଛି ୦.୮୫ ପ୍ରତିଶତ । ବର୍ତମାନ ସୁସ୍ଥ ହାର ରହିଛି ୯୮.୭୬ ପ୍ରତିଶତ । ସକ୍ରିୟ ମାମଲା ରହିଛି ୦.୦୬ ପ୍ରତିଶତ ।
କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗୁରୁବାର ସକାଳ ସୁଦ୍ଧା ଦେଶରେ ୪ କୋଟି ୪୦ ଲକ୍ଷ ୮୨ ହଜାର ୦୬୪ ଜଣ ସୁସ୍ଥ ହୋଇଛନ୍ତି । ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୫,୫୧୦ ରହିଛି ।
ଦେଶରେ ଗତ ୨୪ ଘଂଟା ମଧ୍ୟରେ କୋଭିଡ ପାଇଁ ୨,୫୧,୫୧୫ ନମୂନା ପରୀକ୍ଷଣ
ନୂଆଦିଲ୍ଲୀ, ଦେଶରେ ଗତ ୨୪ ଘଂଟା ମଧ୍ୟରେ କୋଭିଡ ପାଇଁ ୨,୫୧,୫୧୫ ନମୂନା ପରୀକ୍ଷଣ କରାଯାଇଛି । ଏହା ସହିତ ଦେଶରେ ବର୍ତମାନ ସୁଦ୍ଧା ୮୯.୯୪ କୋଟି ନମୂନାର ପରୀକ୍ଷଣ କରାଯାଇଥିବା ଗୁରୁବାର କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ତଥ୍ୟରୁ ଜଣାପଡିଛି ।
୨୪ ଘଂଟାରେ ୪ ଲକ୍ଷ ୯୦ ହଜାର ୭୧୧ କରୋନା ଟୀକାକରଣ
ନୂଆଦିଲ୍ଲୀ, କରୋନା ଟୀକାକରଣ ଅଭିଯାନରେ ଦେଶରେ ବର୍ତମାନ ସୁଦ୍ଧା ୨୧୯.୪୬ କୋଟି ଭ୍ୟାକ୍ସିନ ଡୋଜ୍ ଲୋକଙ୍କୁ ଦିଆଯାଇଛି । ତନ୍ମଧ୍ୟରୁ ୯୪.୯୮ କୋଟି ଲୋକଙ୍କୁ ସେକେଣ୍ଡ ଡୋଜ୍ ଓ ୨୧.୯୬ କୋଟି ଲୋକଙ୍କୁ ପ୍ରିକସନ୍ ଡୋଜ୍ ଦିଆଯାଇଛି । ଗତ ୨୪ ଘଂଟାରେ ୪ ଲକ୍ଷ ୯୦ ହଜାର ୭୧୧ ଜଣଙ୍କୁ ଟୀକାକରଣ କରାଯାଇଛି । ଗୁରୁବାର କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ତଥ୍ୟରୁ ଏହା ଜଣାପଡିଛି ।