ନୂଆଦିଲ୍ଲୀ, ଯୁବ ବ୍ୟାପାର ବିଭାଗ ୧୨ ରୁ ୧୯ ଅକ୍ଟୋବର ପର୍ଯ୍ୟନ୍ତ ଭାରତ ପରିଭ୍ରମଣରେ ଆସିଥିବା ବାଂଲାଦେଶର ୧୦୦ ସଦସ୍ୟ ବିଶିଷ୍ଟ ଯୁବ ପ୍ରତିନିଧି ମଣ୍ଡଳୀଙ୍କୁ ଆତିଥ୍ୟ ପ୍ରଦାନ କରିଥିଲା । ପରିଭ୍ରମଣର ଶେଷ ଦିନରେ,କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ବାଂଲାଦେଶର ଯୁବ ପ୍ରତିନିଧି ମଣ୍ଡଳୀଙ୍କ ସମ୍ମାନ ଉଦ୍ଦେଶ୍ୟରେ ନୂଆଦିଲ୍ଲୀ ଠାରେ ଏକ ରାତ୍ରି ଭୋଜନର ବ୍ୟବସ୍ଥା ମଧ୍ୟ କରିଥିଲେ । ଯୁବ ବ୍ୟାପାର ଏବଂ କ୍ରୀଡ଼ା ରାଷ୍ଟ୍ର ମନ୍ତ୍ରୀ ନିଶିଥ ପ୍ରମାଣିକ ମଧ୍ୟ ଏହି ଉତ୍ସବରେ ଯୋଗ ଦେଇଥିଲେ ।
ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀଙ୍କ ସହ ଆଲୋଚନା ସମୟରେ ବାଂଲାଦେଶ ପ୍ରତିନିଧି ମଣ୍ଡଳୀ ଏହି କାର୍ଯ୍ୟକ୍ରମକୁ ବହୁତ ପ୍ରଶଂସା କରିଥିଲେ । ଏହି ପ୍ରତିନିଧି ଦଳ ବାଂଲାଦେଶର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପ୍ରଦର୍ଶନ କରିଥିଲେ । ଭାରତୀୟ କଳାକାରମାନେ ଏହି ରଙ୍ଗାରଙ୍ଗ ସନ୍ଧ୍ୟାରେ ମଧ୍ୟ ନିଜର କଳାର ପ୍ରଦର୍ଶନ କରିଥିଲେ ।
ପ୍ରତିନିଧି ମଣ୍ଡଳୀଙ୍କ ସହିତ ଆଲୋଚନା କରୁଥିବା ସମୟରେ ଅନୁରାଗ ସିଂହ ଠାକୁର ଭାରତରେ ସେମାନଙ୍କର ଏକ ସପ୍ତାହ ରହଣୀକୁ ନେଇ ଯେଉଁ ଅନୁଭବ ରହିଥିଲା, ସେ ସମ୍ପର୍କରେ ସେମାନଙ୍କ ଠାରୁ ଶୁଣିଥିଲେ । ଏହି ଗସ୍ତ ଯୋଗୁଁ ଦୁଇ ଦେଶ ମଧ୍ୟରେ ସାଂସ୍କୃତିକ, ରାଜନୈତିକ ଏବଂ ଅର୍ଥନୈତିକ ସମ୍ବନ୍ଧର ଆଦାନପ୍ରଦାନ ମଧ୍ୟ ସୁଗମ ହୋଇଥିଲା ଏବଂ ଆଂଚଳିକ ସ୍ତରରେ ସହଯୋଗ ଏବଂ ବିଶ୍ୱ ଶାନ୍ତି ବୃଦ୍ଧିରେ ଏହା ସହଯୋଗ କରିଛି । ଭାରତ ଏବଂ ବାଂଲାଦେଶ ମଧ୍ୟରେ ଏକ ଦୀର୍ଘ ସାଧାରଣ ସାଂସ୍କୃତିକ, ଅର୍ଥନୈତିକ ଏବଂ ରାଜନୈତିକ ଇତିହାସ ରହିଛି । ଭାରତର ଏକ ବୃହତ୍ ଜନସଂଖ୍ୟା ମଧ୍ୟ ବାଂଲାଦେଶରେ ବ୍ୟବହୃତ ହେଉଥିବା ଭାଷାରେ କଥାବାର୍ତା ହୋଇଥାନ୍ତି । ଉଭୟ ଦେଶ ପରସ୍ପର ସହିତ ଏକ ଗୁରୁତ୍ୱପୂର୍ଣ୍ଣ ସୀମା ବଂଟନ କରିଥାନ୍ତି । ଆମ ଭିତରେ ପରସ୍ପର ସହିତ ପୁରୁଣା, ଗଭୀର, ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଛି ଏବଂ ଆମେ ସାଧାରଣ ସ୍ୱାର୍ଥକୁ ପରସ୍ପର ମଧ୍ୟରେ ବଂଟନ କରିଥାଉ ।
୨୦୧୨ ମସିହାରେ, ଢାକା ସ୍ଥିତ ଭାରତର ହାଇ କମିଶନ ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟକୁ ୧୦୦ ସଦସ୍ୟ ବିଶିଷ୍ଟ ବାଂଲାଦେଶ ଯୁବ ପ୍ରତିନିଧି ମଣ୍ଡଳୀଙ୍କୁ ଭାରତକୁ ନିମନ୍ତ୍ରଣ କରିବା ଏବଂ ସେମାନଙ୍କ ହିତ ପାଇଁ ଐତିହାସିକ, ଶିକ୍ଷାଗତ, ବୈଷୟିକ ଏବଂ ଶିଳ୍ପାଂଚଳ ପ୍ରଦର୍ଶନ କରିବା ନିମନ୍ତେ ଏକ ଗସ୍ତ କାର୍ଯ୍ୟକ୍ରମର ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ । ସେହି ଅନୁଯାୟୀ, ପ୍ରଥମ ଥର ପାଇଁ ୧୦୦ ସଦସ୍ୟ ବିଶିଷ୍ଟ ବାଂଲାଦେଶ ଯୁବ ପ୍ରତିନିଧି ମଣ୍ଡଳୀ ୨୦୧୨ ମସିହାରେ ୬ ରୁ ୧୩ ଅକ୍ଟୋବର ପର୍ଯ୍ୟନ୍ତ ଭାରତ ଗସ୍ତ କରିଥିଲେ । ଏହି ପରିପ୍ରେକ୍ଷୀରେ ଭାରତ ଗସ୍ତରେ ଆସିଥିବା ବର୍ତମାନର ବାଂଲାଦେଶର ପ୍ରତିନିଧି ଦଳ ହେଉଛନ୍ତି ଅଷ୍ଟମ ଦଳ ।