
ଭୁବନେଶ୍ୱର,ରାଜ୍ୟରୁ ମୌସୁମୀ ଅପସାରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ରାଜ୍ୟର ଅନେକ ଅଂଚଳରୁ ଆଜି ମୌସୁମୀ ଅପସାରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଗାମୀ ୨ଦିନ ମଧ୍ୟରେ ମୌସୁମୀ ବାୟୁ ଓଡିଶା ଛାଡିବ ବୋଲି ଭୁବନେଶ୍ୱର ସ୍ଥିତ ଆଂଚଳିକ ପାରିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଜି ଉତର ସମ୍ପୂର୍ଣ୍ଣ ଓଡିଶା ସହ ଦକ୍ଷିଣ ଓଡ଼ିଶାର ନୟାଗଡ, ବୌଦ୍ଧ, ସୋନପୁର, ବଲାଙ୍ଗୀର ରୁ ମୌସୁମୀ ସମ୍ପୂର୍ଣ୍ଣ ଅପସାରଣ ହୋଇଥିବା ବେଳେ ପୁରୀ, ଖୋର୍ଦ୍ଧା, କନ୍ଧମାଳ, କଳାହାଣ୍ଡି ଏବଂ ନୂଆପଡା ରୁ ଆଂଶିକ ଭାବେ ଅପସାରଣ ହୋଇଛି । ଆଗାମୀ ୨ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ଓଡିଶାରୁ ଅପସାରଣ ପାଇଁ ପାଗ ଅନୁକୂଳ ରହିଛି ।