ବିଜେଡି ଦଳର ଓଡ଼ିଶାର ପ୍ରତ୍ୟକ ବିଧାନସଭା କ୍ଷେତ୍ରରେ ଆରମ୍ଭ ହୋଇଛି “ଜନ ସମ୍ପର୍କ ପଦଯାତ୍ରା” ଆଜି ପୁରୀର ୭ନମ୍ବର ୱାର୍ଡ ବଳିଆପଣ୍ଡା ଅଞ୍ଚଳରେ ଆରମ୍ଭ ହୋଇଥିଲା ପଦଯାତ୍ରା ହେଲେ ପଦଯାତ୍ରା ଯୋଉ ଅନୁଯାଇ ନିର୍ଧାରିତ ହୋଇଥିଲା ଏବଂ ଯୋଉ ସାହି ଗଳି ଦେଇ ଯିବାକୁ ନିର୍ଧାରିତ ହୋଇଥିଲା ତାହା ହେଲାନାହିଁ | ସୀମିତ ଅଞ୍ଚଳରେ ପଦଯାତ୍ରା ହୋଇ ବନ୍ଦ ହୋଇଥିଲା | ଏହି ଅଞ୍ଚଳରେ ଶତାଧିକ ବିଜେଡି ବିରୋଧରେ ବ୍ୟାନର ଲଗା ଯାଇଥିଲା | ଗୋଟିଏ ବ୍ୟାନରରେ କଂଗ୍ରେସ ଦଳ ଲୋଗୋ ରହି କିଛି ଲେଖା ଥିବା ବେଳେ ଅନ୍ୟଟିରେ ପୁରୀର ପୂର୍ବତନ ବିଧାୟକ ଓ ୭ନମ୍ବର ୱାର୍ଡର ପୂର୍ବତନ କାଉନ୍ସିଲର ଙ୍କ ବିରୋଧରେ ଲେଖା ରହିଛି | ଏହି ପୋଷ୍ଟର ବସ୍ତି ଠାରୁ ଆରମ୍ଭ କରି ବଳିଆପଣ୍ଡା ଅଞ୍ଚଳରେ ଚାରିଆଡେ ମରାଯାଇଥିବା ଦେଖା ଦେଇଛି | ପୂର୍ବରୁ କିଛି ମାସ ତଳେ ବଳିଆପଣ୍ଡା ଅଞ୍ଚଳର ଶତନ୍ତ୍ର ପଟ୍ଟା ଯୋଜନାରେ ଏହି ଅଞ୍ଚଳକୁ ଅନ୍ତର୍ଭୁକ୍ତ ନ-କରାଯିବା କାରଣରୁ ଜ଼ିଲ୍ଲାପାଳ ଅଫିସ ଘେରାଉ ହୋଇଥିଲା |
ସେଠାରେ ଏବେର ପୁରୀ ବିଜେପି ଦଳ ବିଧାୟକ ପ୍ରତିଶୃତି ଦେଇଥିଲେ ପଟ୍ଟା କରାଇ ଦେବେ ହେଲେ; ଦୀର୍ଘ ଦିନ ପଯ୍ୟନ୍ତ ଦେଖା ନଦେବାରୁ ଏବଂ ପ୍ରତିଶୃତି ପୁରାଣ ନକରିବାରୁ ବିଜେପି ବିଧାୟକ ବଳିଆପଣ୍ଡାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ଶତାଧିକ ମହିଳା ଓ ବସ୍ତି ବାସିନ୍ଦା ତାଙ୍କୁ ଘେରି ପ୍ରଶ୍ନ କରିବା ସହ ତାଙ୍କୁ ଅଟକ ରଖିଥିଲେ | ଆଜି ସେଇଭଳି ବିଜେଡି ପଦଯାତ୍ରା କୁ ବିରୋଧ କରି ବସ୍ତିରେ ଅନେକ ବ୍ୟାନର ଲାଗିଥିଲା ଗୋଟେ ବ୍ୟାନର କଂଗ୍ରେସ ତରଫରୁ ଲାଗିଥିଲା ଯୋଉଥିରେ ଲେଖା ଥିଲା କି ” ନା ଅଛି ରୋଡ – ନା ଅଛି ଡ୍ରେନେଜ ବ୍ୟବସ୍ଥା, ଏଠି ଲୋକଙ୍କ ଅଧିକାର ନାହିଁ କି – ପଟ୍ଟା ଯୋଜନାରେ ପଟ୍ଟା ନାହିଁ; ତେବେ ଜନସମ୍ପର୍କ ପଦଯାତ୍ରା ବିଜେଡିର ଏଠି କଣପାଇଁ ?” ଏହା ଲେଖା ଥିବା ବେଳେ ବ୍ୟାନର ତଳେ ବଳିଆପଣ୍ଡା ବସ୍ତି ବାସିନ୍ଦା ଲେଖା ରହିଥିଲା |
ଆଉ ଏକ ବ୍ୟାନର ରେ “ମହେଶ୍ୱର କୁ ଜମ୍ବେଶ୍ୱର ବିଜେଡି ଦଳର ୨ଜଣ ଯାକ ବଡ ଚୋର – ବିଜେଡି ପଦଯାତ୍ରାରେ ଏମାନେ କାହିଁ କରୁଛନ୍ତି ମିଥ୍ୟା ପ୍ରଚାର” ଏହା ଲେଖା ରହିଥିବା ବେଳେ ୨ପଟେ ପୂର୍ବତନ ବିଧ୍ୟାୟକ ବା ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଫୋଟୋ ତଳେ ଜମି ଚୋରା ଓ ବଳତ୍କାରୀ ଲେଖା ରହିଥିଲା | ଅନ୍ୟପଟେ ୭ନମ୍ବର ୱାର୍ଡ ବଳିଆପଣ୍ଡାର ପୂର୍ବତନ କାଉନ୍ସିଲର ଜମ୍ବେଶ୍ୱର ମହାନ୍ତି ଙ୍କ ଫୋଟୋ ରଖି ତାହା ତଳେ ବାଲି ଚୋର ଓ ହତ୍ୟାକାରୀ ଲେଖା ଥିବା ବ୍ୟାନର ପୁରା ବସ୍ତି ସହ ବଳିଆପଣ୍ଡା ଅଞ୍ଚଳରେ ମରାଯାଇ ବିଜେଡି ଦଳର ପଦଯାତ୍ରା ବିରୋଧରେ ଅଭିନବ ଉପାୟରେ ଏହା ଏକ ବିରୋଧ ଦର୍ଶାଇଥିବା ଜଣା ପଡୁଛି |