ବାଙ୍କୀ ବ୍ଲକ ଅନ୍ତର୍ଗତ ବରପୁଟ ଗ୍ରାମର ଶ୍ରୀ ଶ୍ରୀ ମଦନ ମୋହନ ଦେବଙ୍କ ପ୍ରାଙ୍ଗଣରେ ବୁଧବାର ଠାରୁ ସପ୍ତାଦିନାତ୍ମକ (୧୨ ରୁ ୧୮ ଅକ୍ଟୋବର) ଧରି ଚାଲିଥିବା ଶ୍ରୀମଦ ଭାଗବତ ପାରାୟଣ ପ୍ରବଚନ ଜ୍ଞାନଯଜ୍ଞ ର ଉଦଯାପନୀ ହୋଇଛି | କଥାବ୍ୟାସ ପ୍ରଵାଚକ ପଣ୍ଡିତ ରାମ ନିରଞ୍ଜନ ଦାସଜୀ ମହାରାଜ ଏକାଦଶ ଅଧ୍ୟାୟ ପ୍ରବଚନ ମାଧ୍ୟମରେ ବ୍ୟାଖ୍ୟା କରିଥିଲେ |ଏହି ପ୍ରବଚନ ମାଧ୍ୟମରେ ସେ କୃଷ୍ଣ ରୁକ୍ମିଣୀ ବିବାହ, ସତ୍ୟଭାମା ବିବାହ, ସୁଦାମା ଙ୍କ କୃଷ୍ଣଙ୍କ ସହିତ ଭେଟ, ଭଗବାନଙ୍କ ଗୃହସ୍ଥ ଲୀଳା, ଦର୍ଶନ ପାଇଁ ନାରଦଙ୍କ ଆଗମନ, ଯଦୁଵଂଶ କୁ ବ୍ରାହ୍ମଣ ଙ୍କ ଅଭିଶାପ, ଗୋ ମାତା ମାହାତ୍ମ୍ୟ ପ୍ରମୁଖ ବିଷୟରେ ବ୍ୟାଖ୍ୟା ଥିଲେ | ଉଦଯାପନୀ ଉତ୍ସବ ଅବସରରେ ବିଶ୍ୱର କଲ୍ୟାଣ,ମାନବ ସମାଜର ରକ୍ଷା, ଗୋମାତାଙ୍କ ସୁରକ୍ଷା ଓ ଗ୍ରାମବାସୀ ମାନଙ୍କ କଲ୍ୟାଣ ନିମନ୍ତେ ଯଜ୍ଞ କରାଯାଇଥିଲା |
ଏହି ଯଜ୍ଞ ପୂଜାରେ ଉର୍ମିଳା ପଣ୍ଡା ଏବଂ ହରିବନ୍ଧୁ ପଣ୍ଡା ପୂର୍ଣ୍ଣାହୁତି ପ୍ରଦାନ କରିଥିଲେ |
ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ପୁରୋଧା ପଣ୍ଡିତ ଗୋପାଳ କୃଷ୍ଣ ଦାସଜୀ ମହାରାଜ,ପରାୟଣ ବ୍ୟାସ ପୁରୀ ତୋଟା ଗୋପୀନାଥ ମଠର ଶ୍ରୀ ପିତବାସ ଶୁକ୍ଲା | ପରମ୍ପରା ଅନୁସାରେ ଉଦଯାପନୀ ଦିବସରେ ଭକ୍ତ ଏବଂ ଶ୍ରୋତା ଏକତ୍ରିତ ହୋଇ ବ୍ୟାସ ଏବଂ ପୁରୋହିତଙ୍କୁ ପୂଜା କରିଥିଲେ |
ମୁଖ୍ୟ ଅତିଥି ଭାବେ ମଞ୍ଚାସିନ ଥିଲେ ମହାବେରେଣା ବିଦ୍ୟପୀଠର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅଶୋକ କୁମାର ପଟ୍ଟନାୟକ |ମଞ୍ଚରେ କନ୍ୟା ପୂଜନ କରିଥିଲେ ପୁରୀ ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟର ସମ୍ପାଦକ ତଥା ପ୍ରତିଷ୍ଠାତା ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ଏବଂ ଗୋସେବକ ତଥା ଆଡ଼ଭୋକେଟ ସଂଗ୍ରାମ କେଶରୀ ଶତପଥି |ସପ୍ତାହନ୍ତ କାର୍ଯ୍ୟକ୍ରମରେ ସହଯୋଗି କଣ୍ଠଶିଳ୍ପୀ ଥିଲେ ଦିଲ୍ଲୀପ ପାଣିଗ୍ରାହୀ ଏବଂ ଯଦୁମଣି ରଣା | ମଞ୍ଚ ପରିଚାଳନା କରିଥିଲେ ସମାଜସେବୀ ଜୟପ୍ରକାଶ ମିଶ୍ର | ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ମଦନ ମୋହନ ଦେବଙ୍କ ପୂଜାରୀ ପଞ୍ଚୁ ପଣ୍ଡା,, ଶତ୍ରୁଘ୍ନ ପଣ୍ଡା,ଜଗନ୍ନାଥ ପଣ୍ଡା,ସଂକୀର୍ତନ ଗାୟକ ନରୋତ୍ତମ ପଣ୍ଡା,ବୈଦିକ ବ୍ରାହ୍ମଣ ଲଛମନ ପଣ୍ଡା, ପାଲା ଗାୟକ ବିଜୟ ଦାସ , ଶିକ୍ଷକ ବିଜୟ ମହାନ୍ତି,ଗୁରୁବାରୀ ପଣ୍ଡା,ଶରତ କୁମାର ଦାସ, ପ୍ରଶାନ୍ତ କୁମାର ମହାନ୍ତି ଏବଂ ବରପୁଟ ଗ୍ରାମର ଭାଗବତ ପ୍ରେମୀମାନେ ଉପସ୍ଥିତ ଥିଲେ |