ଭୁବନେଶ୍ଵର, ରାଜ୍ୟରେ ଗୋଟିଏ ଦିନରେ ୭୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୩୫୬୩୫ କୁ ବୃଦ୍ଧି ପାଇଛି । ନୂଆ ଚିହ୍ନଟ ୭୩ ଆକ୍ରାନ୍ତଙ୍କ ମଧ୍ୟରୁ ୪୩ ଜଣ କ୍ଵାରେଂଟାଇନ (ସଙ୍ଗରୋଧ)ରୁ ଏବଂ ୩୦ ଜଣ ଲୋକାଲ୍ କଂଟାକ୍ଟ (ସ୍ଥାନୀୟ ସମ୍ପର୍କ)ରୁ ରହିଛନ୍ତି । ସେହିପରି ୦ ରୁ ୧୮ ବର୍ଷ ମଧ୍ୟରେ ୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ କରି ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ନୂଆ ୧୦୦ ଜଣ ସୁସ୍ଥ ହେବା ପରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୩୨୫୮୭୩ ରେ ପହଂଚିଛି । ରାଜ୍ୟରେ ବର୍ତମାନ ସୁଦ୍ଧା ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୦୭ ରହିଛି ।
ରାଜ୍ୟରେ ନୂଆ ଚିହ୍ନଟ ହୋଇଥିବା ୭୩ ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ଵର ଜିଲ୍ଲାରେ ୫, କଟକ ଜିଲ୍ଲାରେ ୭, ଦେବଗଡ଼ ଜିଲ୍ଲାରେ ୨, ଗଞ୍ଜାମ ଜିଲ୍ଲାରେ ୨, ଜଗତସିଂହପୁର ଜିଲ୍ଲାରେ ୩, ଯାଜପୁର ଜିଲ୍ଲାରେ ୨, ଝାରସୁଗୁଡ଼ା ଜିଲ୍ଲାରେ ୧, କଳାହାଣ୍ଡି ଜିଲ୍ଲାରେ ୬ ଏବଂ ଖୋର୍ଦ୍ଧା ଜିଲ୍ଲାରେ ୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ସେହିପରି ମୟୂରଭଞ୍ଜ ଜିଲ୍ଲାରେ ୩, ନୟାଗଡ଼ ଜିଲ୍ଲାରେ ୧, ନୂଆପଡ଼ା ଜିଲ୍ଲାରେ ୩, ପୁରୀ ଜିଲ୍ଲାରେ ୮, ସମ୍ବଲପୁର ଜିଲ୍ଲାରେ ୭, ସୁନ୍ଦରଗଡ଼ ଜିଲ୍ଲାରେ ୧୪ ଓ ଷ୍ଟେଟ ପୁଲରେ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।