ଭୁବନେଶ୍ୱର – ରାଜ୍ୟରେ ୧୫ବର୍ଷରୁ ଅଧିକ ସମୟ ଧରି ମୋଟ ୨୨ ଲକ୍ଷ ୯ ହଜାର ୫୭୩ ଗୋଟି ମୋଟର ଯାନ ରହିଛି । ତନ୍ମଧ୍ୟରୁ ୧୧ଲକ୍ଷ ୪୩ ହଜାର ୨୬ଟି ଯାନ ଚଳାଚଳ କରୁଅଛି ବୋଲି ଗୁରୁବାର ଦିନ ବିଧାନସଭାରେ ତଥ୍ୟ ରଖିଛନ୍ତି ବାଣିଜ୍ୟ ଓ ପରିବାହନ, ଯୋଜନା ଓ ସଂଯୋଜନା ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା ।
ବିରୋଧୀଦଳ ମୁଖ୍ୟ ସଚେତକ ତଥା ବିଧାୟକ ଶ୍ରୀ ମୋହନ ଚରଣ ମାଝୀଙ୍କ ଅନଫିଟ୍ ମୋଟର ଯାନ ବ୍ୟବହାରକୁ ନିଷିଦ୍ଧ ସମ୍ପର୍କିତ ପ୍ରଶ୍ନର ଉତର ରଖି ମନ୍ତ୍ରୀ ଶ୍ରୀ ବେହେରା ଲିଖିତ ଭାବେ କହିଛନ୍ତି ଯେ, ରାଜ୍ୟରେ ୧୫ ବର୍ଷରୁ ଅଧିକ ସମୟ ଧରି ୮୭ ଲକ୍ଷ ୫୯ ହଜାର ୭୬ଟି ଦୁଇଚକିଆ ଯାନ ଅଛି । ତନ୍ମଧ୍ୟରୁ ୮୩ ଲକ୍ଷ ୭୯ ହଜାର ୨ଚକିଆ ଯାନର ଫିଟ୍ନେସ୍ ଅବଧି ଶେଷ ହୋଇଛି । ସେହିପରି ୨୩ ଲକ୍ଷ ୨୦୭୭ଟି ତିନିଚକିଆ ଯାନ ଥିବାବେଳେ ତନ୍ମଧ୍ୟରୁ ୨୩୪୩ଟିର ଫିଟ୍ନେସ୍ ଅବଧି ଶେଷ ହୋଇଯାଇଛି । ସବୁଠାରୁ ଚମକପ୍ରଦ ତଥ୍ୟ ହେଉଛି ରାଜ୍ୟରେ ୧୫ ବର୍ଷରୁ ଊଦ୍ଧ୍ୱର୍ ସମୟ ଧରି ୯ହଜାର ୩୧୪ଟି ଯାତ୍ରୀବାହୀ ବସ୍ ରହିଛି । ତନ୍ମଧ୍ୟରୁ ୮୩୦୪ଟିର ଫିଟ୍ନେସ୍ ଅବଧି ଶେଷ ହୋଇଯାଇଛି । ମନ୍ତ୍ରୀ ଶ୍ରୀ ବେହେରାଙ୍କ ସୂଚନାନୁସାରେ, ୬୦ ହଜାର ୩୫୨ ଟି ଲାଇଟ୍ ମୋଟର କାର୍ ଅଛି । ଏଥିମଧ୍ୟରୁ ୪୩ ହଜାର ୫୭୬ଟିର ଫିଟ୍ନେସ୍ ଅବଧି ଶେଷ ହୋଇଛି । ୪୬ ହଜାର ୪୩ଟି ଲାଇଟ୍ ମୋଟର ଟ୍ୟାକ୍ସି ରହିଛି । ସେଥିରୁ ୪୧ ହଜାର ୪୬୮ଟିର ଫିଟ୍ନେସ୍ ଅବଧି ଶେଷ ହୋଇଯାଇଛି । ରାଜ୍ୟରେ ୪୯ ହଜାର ୮୨୦ଟିର ୧୫ବର୍ଷରୁ ଅଧିକ ସମୟ ଧରି ରହିଛି ଟ୍ରାକ୍ଟର ଓ ଟ୍ରେଲର । ଏଥିମଧ୍ୟରୁ ୪୬ହଜାର ୧୦୯ଟିର ଫିଟ୍ନେସ୍ ଶେଷ ହୋଇଯାଇଛି ।
ରାଜ୍ୟରେ ୭୪ ହଜାର ୬୧୪ଟି ପଣ୍ୟ ପରିବହନ ଭାରିଯାନ(ଗୁଡସ୍ କ୍ୟାରିୟର) ରହିଥିବା ବେଳେ ୬୧ ହଜାର ୮୬୪ଟିର ଫିଟ୍ନେସ୍ ଅବଧି ଶେଷ ହୋଇଛି । ୩୫୯୦ଟି ଅନ୍ୟ ଯାନ ୧୫ ବର୍ଷରୁ ଅଧିକ ସମୟ ଧରି ରହିଛି । ତନ୍ମଧ୍ୟରୁ ୩୨୮୩ଟିର ଫିଟ୍ନେସ୍ ଅବଧି ଶେଷ ହୋଇଛି । ସମୁଦାୟ ରାଜ୍ୟରେ ୧୧ ଲକ୍ଷ ୪୩ ହଜାର ୨୬ଟି ମୋଟରଯାନ ୧୫ ବର୍ଷରୁ ଅଧିକ ସମୟ ଧରି ଅଛି । ଏହି ମୋଟ ଯାନ ମଧ୍ୟରୁ ୧୦ ଲକ୍ଷ ୬୬ ହଜାର ୫୪୭ଟି ମୋଟର ଯାନର ଫିଟ୍ନେସ୍ ଶେଷ ହୋଇଛି ।
ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ କେନ୍ଦ୍ରୀୟ ମୋଟର ଯାନ ଆଇନ ୨୦୧୯ ଅନୁଯାୟୀ ୧୫ବର୍ଷରୁ ଉଦ୍ଧ୍ୱର୍ ମୋଟର ଯାନ ବ୍ୟବହାରକୁ ନିଷିଦ୍ଧ କରିବା ପାଇଁ ନିଦେ୍ର୍ଧଶନାମା କେନ୍ଦ୍ର ସରକାରଙ୍କ ପରିସରଭୁକ୍ତ ଅଟେ । ଯଦି ୧୫ ବର୍ଷରୁ କଟକଣା ଜାରି କରାଯାଏ ତେବେ ରାଜ୍ୟରେ ମୋଟ ୨୨ଲକ୍ଷ ୯ ହଜାର ୫୭୩ଟି ଯାନ ରାସ୍ତାରୁ ହଟିବ ଏବଂ ଯାହାଫଳରେ ବହୁ ପରିମାଣରେ ମୋଟରଯାନ ରାଜସ୍ୱ ପ୍ରଭାବିତ ହେବ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ।