ନୂଆଦିଲ୍ଲୀ, ଦେଶରେ ଗତ ୨୪ ଘଂଟା ମଧ୍ୟରେ କୋଭିଡ ପାଇଁ ୨,୬୦,୮୦୬ ନମୂନା ପରୀକ୍ଷଣ କରାଯାଇଛି । ଏହା ସହିତ ଦେଶରେ ବର୍ତମାନ ସୁଦ୍ଧା ୮୯.୯୧ କୋଟି ନମୂନାର ପରୀକ୍ଷଣ କରାଯାଇଥିବା ବୁଧବାର କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ତଥ୍ୟରୁ ଜଣାପଡିଛି ।
୨୪ ଘଂଟାରେ ୩ ଲକ୍ଷ ୭୬ ହଜାର ୭୮୭ କରୋନା ଟୀକାକରଣ
ନୂଆଦିଲ୍ଲୀ, କରୋନା ଟୀକାକରଣ ଅଭିଯାନରେ ଦେଶରେ ବର୍ତମାନ ସୁଦ୍ଧା ୨୧୯.୪୧ କୋଟି ଭ୍ୟାକ୍ସିନ ଡୋଜ୍ ଲୋକଙ୍କୁ ଦିଆଯାଇଛି । ତନ୍ମଧ୍ୟରୁ ୯୪.୯୭ କୋଟି ଲୋକଙ୍କୁ ସେକେଣ୍ଡ ଡୋଜ୍ ଓ ୨୧.୯୨ କୋଟି ଲୋକଙ୍କୁ ପ୍ରିକସନ୍ ଡୋଜ୍ ଦିଆଯାଇଛି । ଗତ ୨୪ ଘଂଟାରେ ୩ ଲକ୍ଷ ୭୬ ହଜାର ୭୮୭ ଜଣଙ୍କୁ ଟୀକାକରଣ କରାଯାଇଛି । ବୁଧବାର କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ତଥ୍ୟରୁ ଏହା ଜଣାପଡିଛି ।
କରୋନାରେ ଦେଶରେ ଗତ ୨୪ ଘଂଟାରେ ୧,୯୪୬ ନୂଆ ମାମଲା : ସୁସ୍ଥ ହେଲେ ୨,୪୧୭, ସକ୍ରିୟ ମାମଲା ୨୫,୯୬୮
ନୂଆଦିଲ୍ଲୀ,ଦେଶରେ ଗତ ୨୪ ଘଂଟା ମଧ୍ୟରେ ୧,୯୪୬ ନୂଆ କରୋନା ମାମଲା ସାମନାକୁ ଆସିଛି । ୨,୪୧୭ ଜଣ ସୁସ୍ଥ ହୋଇଛନ୍ତି । ୧୦ ଜଣଙ୍କ ମୃତ୍ୟୁ ଘଟିଛି । ଦୈନିକ ସଂକ୍ରମଣର ହାର ରହିଛି ୦.୭୫ ପ୍ରତିଶତ । ବର୍ତମାନ ସୁସ୍ଥ ହାର ରହିଛି ୯୮.୭୬ ପ୍ରତିଶତ । ସକ୍ରିୟ ମାମଲା ରହିଛି ୦.୦୬ ପ୍ରତିଶତ ।
କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ବୁଧବାର ସକାଳ ସୁଦ୍ଧା ଦେଶରେ ୪ କୋଟି ୪୦ ଲକ୍ଷ ୭୯ ହଜାର ୪୮୫ ଜଣ ସୁସ୍ଥ ହୋଇଛନ୍ତି । ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୫,୯୬୮ ରହିଛି । ଅଦ୍ୟାବଧି ୫ ଲକ୍ଷ ୨୮ ହଜାର ୯୨୩ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।