
ବଲାଙ୍ଗିର, ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ହରିଶଙ୍କର ରେଞ୍ଜ ଅଞ୍ଚଳରେ କିଛି ଦିନ ହେବ ୨ ଟି ଜଙ୍ଗଲି ହାତୀ ଆସି ଆତଙ୍କ ସୃଷ୍ଟି କରୁଥିବାର ଜଣାପଡିଛି। ଗତ କିଛିଦିନ ହେବ ୨ଟି ହାତୀ ଆଖପାଖରେ ଥିବା ଗାଁ ମାନଙ୍କୁ ପଶି ଲୋକଙ୍କ ଘର ଭାଙ୍ଗିବା ସହ ଘରେଥିବା ସାମଗ୍ରୀ ନଷ୍ଟ କରି ଦେଉଥିବା ଦେଖିବାକୁ ମିଳୁଛି। ଗତକାଲି ବିଳମ୍ବିତ ରାତ୍ରିରେ ଗନ୍ଧମାର୍ଦ୍ଦନ ପାଦ ଦେଶରେ ଥିବା ନାନ୍ଦୁପଲା ଗାଁକୁ ୨ ଟିକିଆ ହାତୀ ପଲ ଆସି ଗାଁର ଚକ୍ରଧର ବାଗ ଏବଂ ଚୈତନ୍ୟ ରାବଣଙ୍କ ମାଆ ରତି ରାବଣ ନାମକ ଜଣେ ବୃଦ୍ଧାଙ୍କ ଘରକୁ ହାତୀ ଦଳି ଚକଟି ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିବା ବେଳେ ତାଙ୍କ ଘରେ ଥିବା ଚାଉଳ ଓ ଖାଦ୍ୟ ସାମଗ୍ରୀ ନଷ୍ଟ କରି ଦେଇଛନ୍ତି। ପ୍ରାୟ ୨ ଘଣ୍ଟାଧରି ସେଠାରେ ହାତୀ ଉତ୍ପାତ କରିଥିବା ବେଳେ ଲୋକମାନେ ଭୟଭିତ ଅବସ୍ଥାରେ ରହିଥିଲେ। ଖବର ପାଇ ବନ କର୍ମଚାରୀ ଆସି ହାତୀକୁ ଘଉଡାଇଲା ପରେ ହାତୀ ଜଙ୍ଗଲକୁ ଚାଲିଯାଇଥିଲା । ହାତୀଙ୍କ ପାଇଁ କ୍ଷତିଗ୍ରସ୍ତ ହୋଇଥିବା ପରିବାରଙ୍କୁ କ୍ଷତିପୂରଣ ଦେବା ପାଇଁ ଗାଁ ଲୋକ ଦାବି ଜଣାଇଛନ୍ତି। ଏନେଇ ହରିଶଙ୍କର ବନ ବିଭାଗର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଚୁପ ରହିଥିବାରୁ ଜନ ଅସନ୍ତୋଷ ପ୍ରକାଶ ପାଇଛି। ବିଭାଗ ପକ୍ଷରୁ ତୁରନ୍ତ କ୍ଷତିଗ୍ରସ୍ତ ପରିବାରକୁ ସହାୟତା ଯୋଗାଇଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।