
ଭୁବନେଶ୍ୱର , “ଦୁର୍ନୀତି ମୁକ୍ତ ଭାରତ – ଏକ ବିକଶିତ ଭାରତ” ବିଷୟ ବସ୍ତୁକୁନେଇ ୩୧ ଅକ୍ଟୋବରରୁ ୬ ନଭେମ୍ବର ପର୍ଯ୍ୟନ୍ତ ସତର୍କତା (ଭିଜିଲାନ୍ସ) ସଚେତନତା ସପ୍ତାହ – ୨୦୨୨ ଆୟୋଜିତ କରାଯାଉଛି । ରେଳବାଇ ସମେତ ସାଧାରଣ ଲୋକଙ୍କୁ ସଚେତନ କରାଇବାପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ମଧ୍ୟରେ ବିତର୍କ ପ୍ରତିଯୋଗିତା, ପ୍ରବନ୍ଧ ଓ ସ୍ଲୋଗାନ୍ ଲେଖା ଏବଂ ଚିତ୍ରକଳା ସହିତ ଅନ୍ୟାନ କାର୍ଯ୍ୟକ୍ରମ ଗୁଡିକ ଆୟୋଜନ କରାଯିବ ଯେଉଁଥିରେ ରେଳ କର୍ମଚାରୀ, ସେମାନଙ୍କର ପିଲାମାନେ ଏବଂ ସ୍କୁଲ ଓ କଲେଜ ଗୁଡିକର ଛାତ୍ର ଛାତ୍ରୀମାନେ ସକ୍ରିୟ ଭାବରେ ଅଂଶଗ୍ରହଣ କରିପାରିବେ ।
ପୂର୍ବତଟ ରେଳପଥ ସତର୍କତା ବିଭାଗ ମଧ୍ୟ ଦୁର୍ନୀତିର କୁପ୍ରଭାବ ଉପରେ ସଚେତନତା ସୃଷ୍ଟି କରିବା ଏବଂ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅଖଣ୍ଡତା ଏବଂ ସଚ୍ଚୋଟତା ବୃଦ୍ଧି ପାଇଁ ରାଜ୍ୟର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପହଂଚି ଏହି ଅଭିଯାନରେ ସେମାନଙ୍କୁ ସାମିଲ କରିଛି ।
ଯଦି କେହି ଆପଣଙ୍କୁ ରେଳବାଇରେ ଚାକିରି ଯୋଗାଇଦେବାକୁ ପ୍ରତିଶୃତି ଦେଇ ଲାଂଚ ମାଗନ୍ତି କିମ୍ବା ଯଦି ଆପଣଙ୍କର ଦୁର୍ନୀତି ସମ୍ବନ୍ଧରେ କୌଣସି ସୂଚନା ଅଛି କିମ୍ବା ଆପଣ ଉପରୋକ୍ତ ଶିକାର ହୋଇଛନ୍ତି, ରେଳପଥର ଭିଜିଲାନ୍ସ ହେଲ୍ପଲାଇନ ନମ୍ବରରେ ସୂଚନା ଦିଅନ୍ତୁ ବୋଲି ରେଳବାଇ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ।
ଯାତ୍ରୀମାନଙ୍କୁ ବିନା ଟିକେଟ୍ କିମ୍ବା ଅନିୟମିତ ଟିକେଟ୍ ସହିତ ଯାତ୍ରା ନକରିବାକୁ ସଚେତନ କରିବା ପାଇଁ ପୂର୍ବ ତଟ ରେଳପଥ ଦ୍ୱାରା ନିୟମିତ ବ୍ୟବଧାନରେ ବ୍ୟାପକ ଟିକେଟ୍ ଯାଂଚ ଅଭିଯାନ ଚାଲୁ ରହିଛି । ଯାତ୍ରୀମାନଙ୍କୁ ଅନିୟମିତ ଯାତ୍ରା ବିଷୟରେ ସଜାଗ କରାଇବା ପାଇଁ, ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଥିବା ଟ୍ରେନରେ ବିନା ଟିକେଟ୍ ଯାତ୍ରା କିମ୍ବା ଅନୁପଯୁକ୍ତ ଟିକେଟ୍ ଯାତ୍ରା ଗୁଡିକୁ ଯାଂଚ କରିବା ପାଇଁ ଏବଂ ଷ୍ଟେସନ ପରିସରରେ ବିନା ଟିକେଟ ଯାତ୍ରୀ ଏବଂ ଅନଧିକୃତ ପରିଦର୍ଶକଙ୍କୁ ଏଡ଼ାଇବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି ।
ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ବହୁଳ ଭାବେ ସମ୍ପର୍କ କରାଯାଉଥିବା କ୍ଷେତ୍ର ଗୁଡିକ ଠାରେ ଯାଂଚ କରିବା ପାଇଁ ପୂର୍ବ ତଟ ରେଳପଥ ଏହାର ବିଭିନ୍ନ ବିଭାଗ ଯଥା ବାଣିଜ୍ୟ, ସତର୍କତା ଓ ରେଳବାଇ ସୁରକ୍ଷା ବଳ ବିଭାଗର ବରିଷ୍ଠ ଅଧିକାରୀ ମାନଙ୍କୁ ନେଇ ମିଳିତ ଅଭିଯାନ ଏହା ପରିସୀମା ମଧ୍ୟରେ ଥିବା ସମସ୍ତ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ଗୁଡ଼ିକୁ ଏବଂ କାର୍ଯ୍ୟକ୍ଷେତ୍ର ଗୁଡିକୁ ଭଲ ଭାବରେ ଯାଂଚ କରିବେ । ସମ୍ବେଦନଶୀଳ ଅଂଚଳରେ ଯଥା ବୁକିଂ ଅଫିସ୍, ପାର୍ସଲ୍ ଅଫିସ୍, ଟିକେଟ୍ କଲେକ୍ଟର ଅଫିସ୍ ଏବଂ କ୍ୟାଟରିଂ ଷ୍ଟଲ୍, ଯାତ୍ରୀ ସଂରକ୍ଷଣ କାଉଂଟର, ଅନ ଲାଇନ ଟିକେଟ୍ ବୁକିଂ ଭଳି କାର୍ଯ୍ୟକ୍ଷେତ୍ର ଗୁଡିକରେ ବ୍ୟାପକ ଭାବେ ଯାଂଚ କରିବେ ।
ପୂର୍ବତଟ ରେଳପଥରେ ଦୁର୍ନୀତି ସମ୍ବନ୍ଧରେ ଅଭିଯୋଗ ଗ୍ରହଣ କରିବା ପାଇଁ ଭିଜିଲାନ୍ସ ହେଲ୍ପଲାଇନ ମୋବାଇଲ୍ ନମ୍ବର ୮୪୫୫୮୮୫୦୩୧ ଏବଂ ଇ-ମେଲ୍ଗ୍ଦୟଶଜ୍ଞଅରମକ୍ଟକ୍ସ.କ୍ସବସକ୍ଷଦ୍ଭରଗ୍ଧ.ଶକ୍ଟଙ୍ଖ.ସଦ୍ଭ ଜାରି କରାଯାଇଛି । ରେ ଯାତ୍ରୀମାନେ ଉପରୋକ୍ତ ନମ୍ବର ଡାଏଲ୍ କରି କିମ୍ବା ଇ-ମେଲ୍ ଆଇଡିରେ ଦୁର୍ନୀତି ସମ୍ବନ୍ଧରେ ସେମାନଙ୍କର ଅଭିଯୋଗ କରିପାରିବେ ।