
ଭୁବନେଶ୍ୱର, ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବାକୁ ଦାବି କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ । ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇ ପୁଣିଥରେ ନିର୍ବାଚନର ସାମ୍ନା କରିବାକୁ ଆହ୍ୱାନ ଦେଇଛନ୍ତି ଶ୍ରୀ ଦାସ ।
ବୁଧବାର ଦିନ ସେ କହିଛନ୍ତି ଯେ ଅର୍ଚ୍ଚନା ସହ୨୩ ବିଜେଡି ବିଧାୟକ, ୪ ମନ୍ତ୍ରୀ ସଂପୃକ୍ତ ଥିବା ଚର୍ଚ୍ଚା ହେଉଛି । କିନ୍ତୁ ସବୁ ଚୁପ୍ । ଅନ୍ୟ ରାଜ୍ୟରେ ଏଭଳି ହୋଇଥିଲେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇସାରନ୍ତେଣି । କିନ୍ତୁ ଆମ ରାଜ୍ୟରେ ସେମିତି କିଛି ଦେଖିବାକୁ ମିଳୁନି । ସଂପୃକ୍ତ ମନ୍ତ୍ରୀ, ବିଧାୟକଙ୍କୁ କାହିଁକି ବିଦା କରୁନାହାନ୍ତି ମୁଖ୍ୟମନ୍ତ୍ରୀ ? ଯଦି ସତ୍ସାହସ ଅଛି ଅଭିଯୁକ୍ତଙ୍କୁ ବାନ୍ଧି, ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ । ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇ ଆଉଥରେ ନିର୍ବାଚନର ସାମ୍ନା କରନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି ଶ୍ରୀ ଦାସ । ସେ ଆହୁରି କହିଛନ୍ତି ବିରୋଧୀ ଠିକ୍ କାମ କରନ୍ତୁ । ଯେତେବେଳେ ବିରୋଧୀ ଠିକ୍ କାମ କରିବେ ସେତେବେଳେ ସରକାର ନିଶ୍ଚୟ ଭାଙ୍ଗିଯିବ ।