
ଭୁବନେଶ୍ୱର , ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ମ୍ୟୁନିସିପାଲଟିର ଟ୍ୟାକ୍ସ କଲେକ୍ଟର ଏମଡି ନାସିର । ଅଭିଯୋଗକାରୀଙ୍କ ଠାରୁ ୩ ବର୍ଷର ହୋଲ୍ଡିଂ ଟ୍ୟାକ୍ସ ଅପଡେଟ୍ କରିବା ଏବଂ କମ୍ ଟଙ୍କାରେ ନୂଆ ହୋଲ୍ଡିଂ ନମ୍ବର ଲାଗି ଫାଇଲ ପ୍ରୋସେସିଂ କରିବା ପାଇଁ ଟ୍ୟାକ୍ସ କଲେକ୍ଟର ଏମଡି ନାସିର ୧୩ ହଜାର ଟଙ୍କା ଲାଂଚ ନେଉଥିଲେ । ଏହି ସମୟରେ ରାଉରକେଲା ଭିଜିଲାନ୍ସ ପୋଲିସ୍ ଚଢାଉ କରି ଅଭିଯୁକ୍ତଙ୍କ ଠାରୁ ୧୩ ହଜାର ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଥିଲେ । ଏନେଇ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି ।