
-
ଭଏସ ଏବଂ ଡାଟା ସେବା ପାଇଁ ନେଟୱର୍କର ଗୁଣବତ୍ତା ଆକଳନ କରାଗଲା
ନୂଆଦିଲ୍ଲୀ,ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ଦୂରସଞ୍ଚାର ସେବା ପ୍ରଦାନକାରୀଙ୍କ ସହାୟତାରେ କଟକ ସମେତ ଦେଶର ୧୫ଟି ସହରରେ ଡ୍ରାଇଭ ଟେଷ୍ଟ କରାଯିବା ସହିତ ଏହାର ରିପୋର୍ଟ ଜାରି କରାଯାଇଛି । ଏସବୁ ସ୍ଥାନ ହେଲା – ଜଳନ୍ଧର, ଅମ୍ବାଲା, ଆଇଜଲ, କୋଣ୍ଟାଇ, ଇମ୍ଫାଲ, କିଷନଗଞ୍ଜ, ପୋର୍ଟ ବ୍ଲେୟାର, ବିଳାସପୁର, ଗ୍ବାଲିୟର, ମେରଟ, ଅହମ୍ମଦନଗର, ଚିକମଙ୍ଗଲୁର, ୱାରଙ୍ଗଲ, କଟକ, କୋୟମ୍ବାଟରୁ, ଦୁଇଟି ରାଜପଥ ମେରଠ-ଆଗ୍ରା, ଗ୍ବାଲିୟର-ଗୁନା ଏବଂ ଗୋଟିଏ ରେଳ ମାର୍ଗ- ରାୟଗଡ଼ରୁ ଡୋଙ୍ଗରଗଡ଼ ପର୍ଯ୍ୟନ୍ତ ଡ୍ରାଇଭ ଟେଷ୍ଟ କରାଯାଇଥିଲା। ଜୁନ୍ ୨୦୨୨ରେ ଶେଷ ହୋଇଥିବା ତ୍ରୈମାସ ସମୟରେ ଏହି ପରୀକ୍ଷଣ କରାଯାଇଥିଲା ।