
ଘଟଗାଁ,କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନ ମଣ୍ଡଳୀ ଘଟଗାଁ ବ୍ଲକ ପଣ୍ଡାପଡା ଜୋନ ବିଜେଡି ଦଳ ପକ୍ଷରୁ ଗତକାଲି ଜନ ସମ୍ପର୍କ ବାଇକ ରାଲି ସହ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପଦଯାତ୍ରାକୁ ବିଜେଡିର ଯୁବନେତା ଦେବାଶିଷ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ । ଘଟଗାଁ ବ୍ଲକ ବିଜେଡି ସଭାପତି ଦୋଳଗୋବିନ୍ଦ ବେହେରା, ପଣ୍ଡାପଡା ଜୋନର ଜିଲ୍ଲା ପରିଷଦ ସଦସ୍ୟା ଯାଜ୍ଞସେନୀ ମହାନ୍ତ, ଢେଙ୍କିକୋଟ ଜୋନ ଜିଲ୍ଲା ପରିଷଦ ସଦସ୍ୟ ରଣଜିତ ନାୟକ, ଯୁବନେତା ସେକ ଇମ୍ରାନ, ସମାଜସେବୀ ଖଗେଶ୍ଵର ମହାନ୍ତ, ବରିଷ୍ଠ ନେତା ଭରତ ସାହୁ, ଫକିର ସାହୁ, ଦୁର୍ଯୋଧନ ବାରିକ ପ୍ରମୁଖ ସାମିଲ ହୋଇ ପଣ୍ଡାପଡା ଠାରୁ ଧରାପଡା ଗ୍ରାମ ପର୍ଯ୍ୟନ୍ତ ଯାଇ ନବୀନ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟ ବାବଦରେ ବାର୍ତ୍ତା ବାଣ୍ଟି ଥିଲେ ।