ଭୁବନେଶ୍ଵର, ରାଜ୍ୟରେ ଗୋଟିଏ ଦିନରେ ୫୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୩୫୫୬୨ କୁ ବୃଦ୍ଧି ପାଇଛି । ନୂଆ ଚିହ୍ନଟ ୫୯ ଆକ୍ରାନ୍ତଙ୍କ ମଧ୍ୟରୁ ୩୪ ଜଣ କ୍ଵାରେଂଟାଇନ (ସଙ୍ଗରୋଧ)ରୁ ଏବଂ ୨୫ ଜଣ ଲୋକାଲ୍ କଂଟାକ୍ଟ (ସ୍ଥାନୀୟ ସମ୍ପର୍କ)ରୁ ରହିଛନ୍ତି । ସେହିପରି ୦ ରୁ ୧୮ ବର୍ଷ ମଧ୍ୟରେ ୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ କରି ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ନୂଆ ୯୫ ଜଣ ସୁସ୍ଥ ହେବା ପରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୩୨୫୭୭୩ ରେ ପହଂଚିଛି । ରାଜ୍ୟରେ ବର୍ତମାନ ସୁଦ୍ଧା ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୩୪ ରହିଛି ।
ରାଜ୍ୟରେ ନୂଆ ଚିହ୍ନଟ ହୋଇଥିବା ୫୯ ସଂକ୍ରମିତଙ୍କ ମଧ୍ୟରୁ ବରଗଡ଼ ଜିଲ୍ଲାରେ ୧, ବଲାଙ୍ଗିର ଜିଲ୍ଲାରେ ୧, କଟକ ଜିଲ୍ଲାରେ ୪, ଦେବଗଡ଼ ଜିଲ୍ଲାରେ ୧, ଜଗତସିଂହପୁର ଜିଲ୍ଲାରେ ୫, ଯାଜପୁର ଜିଲ୍ଲାରେ ୪ ଏବଂ ଖୋର୍ଦ୍ଧା ଜିଲ୍ଲାରେ ୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ସେହିପରି ମୟୂରଭଞ୍ଜ ଜିଲ୍ଲାରେ ୮, ନୂଆପଡ଼ା ଜିଲ୍ଲାରେ ୩, ପୁରୀ ଜିଲ୍ଲାରେ ୫, ରାୟଗଡ଼ା ଜିଲ୍ଲାରେ ୨, ସମ୍ବଲପୁର ଜିଲ୍ଲାରେ ୨, ସୋନପୁର ଜିଲ୍ଲାରେ ୧, ସୁନ୍ଦରଗଡ଼ ଜିଲ୍ଲାରେ ୧୪ ଓ ଷ୍ଟେଟ ପୁଲରେ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।