
ନୂଆଦିଲ୍ଲୀ, କରୋନା ଟୀକାକରଣ ଅଭିଯାନରେ ଦେଶରେ ବର୍ତମାନ ସୁଦ୍ଧା ୨୧୯.୩୭ କୋଟି ଭ୍ୟାକ୍ସିନ ଡୋଜ୍ ଲୋକଙ୍କୁ ଦିଆଯାଇଛି । ତନ୍ମଧ୍ୟରୁ ୯୪.୯୬ କୋଟି ଲୋକଙ୍କୁ ସେକେଣ୍ଡ ଡୋଜ୍ ଓ ୨୧.୮୯ କୋଟି ଲୋକଙ୍କୁ ପ୍ରିକସନ୍ ଡୋଜ୍ ଦିଆଯାଇଛି । ଗତ ୨୪ ଘଂଟାରେ ୪ ଲକ୍ଷ ୨୩ ହଜାର ୮୭ ଜଣଙ୍କୁ ଟୀକାକରଣ କରାଯାଇଛି । କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ତଥ୍ୟରୁ ଏହା ଜଣାପଡିଛି ।
ଦେଶରେ ଗତ ୨୪ ଘଂଟା ମଧ୍ୟରେ କୋଭିଡ ପାଇଁ ୨,୨୭,୨୦୭ ନମୂନା ପରୀକ୍ଷଣ
ନୂଆଦିଲ୍ଲୀ, ଦେଶରେ ଗତ ୨୪ ଘଂଟା ମଧ୍ୟରେ କୋଭିଡ ପାଇଁ ୨,୨୭,୨୦୭ ନମୂନା ପରୀକ୍ଷଣ କରାଯାଇଛି । ଏହା ସହିତ ଦେଶରେ ବର୍ତମାନ ସୁଦ୍ଧା ୮୯.୮୯ କୋଟି ନମୂନାର ପରୀକ୍ଷଣ କରାଯାଇଥିବା କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ତଥ୍ୟରୁ ଜଣାପଡିଛି ।
କରୋନାରେ ଦେଶରେ ଗତ ୨୪ ଘଂଟାରେ ୧,୫୪୨ ନୂଆ ମାମଲା :: ସୁସ୍ଥ ହେଲେ ୧,୯୧୯, ସକ୍ରିୟ ମାମଲା ୨୬,୪୪୯
ନୂଆଦିଲ୍ଲୀ, ଦେଶରେ ଗତ ୨୪ ଘଂଟା ମଧ୍ୟରେ ୧,୫୪୨ ନୂଆ କରୋନା ମାମଲା ସାମନାକୁ ଆସିଛି । ୧,୯୧୯ ଜଣ ସୁସ୍ଥ ହୋଇଛନ୍ତି । ଦୈନିକ ସଂକ୍ରମଣର ହାର ରହିଛି ୦.୬୮ ପ୍ରତିଶତ ।
କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ମଙ୍ଗଳବାର ସକାଳ ସୁଦ୍ଧା ଦେଶରେ ୪ କୋଟି ୪୦ ଲକ୍ଷ ୭୭ ହଜାର ୬୮ ଜଣ ସୁସ୍ଥ ହୋଇଛନ୍ତି । ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୬,୪୪୯ ରହିଛି । ଅଦ୍ୟାବଧି ୫ ଲକ୍ଷ ୨୮ ହଜାର ୯୧୩ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।