
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ସାମନ୍ତ ଚନ୍ଦ୍ରଶେଖର ସ୍ବୟଂଶାସିତ ମହାବିଦ୍ୟାଳୟରେ ଦିର୍ଘ ଦିନ ଧରି ବନ୍ଦ ପଡିଥିବା କଲେଜ କ୍ଯାଣ୍ଟିନକୁ କାର୍ଯ୍ୟକ୍ଷମ କରିବା ପାଇଁ ଅଧ୍ୟକ୍ଷଙ୍କୁ ଏକ ଦାବୀପତ୍ର ଦେଇଛି ଏବିଭିପି। ବିଭିନ୍ନ ବିଭାଗରେ ୫୦୦୦ରୁ ଉର୍ଦ୍ଧ୍ବ ବିଦ୍ୟାର୍ଥୀ ପାଠ ପଢୁଥିବା ଏକ ସ୍ବୟଂଶାସିତ ମହାବିଦ୍ୟାଳୟରେ ମାସମାସ ଧରି କଲେଜ କ୍ଯାଣ୍ଟିନ ବନ୍ଦ ପଡିବା ଏକ ଲଜ୍ଜାଜନକ ବିଷୟ। ଆଜି ପୁରୀର ଛାତ୍ର ସମାଜ ସାମନ୍ତ ଚନ୍ଦ୍ରଶେଖର ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ଭାବେ ପରିଣତ କରିବାକୁ ସ୍ବପ୍ନ ଦେଖୁଥିବା ବେଳେ କଲେଜ କ୍ଯାମ୍ପସରେ ଏକ କ୍ଯାଣ୍ଟିନକୁ ସୁବ୍ୟବସ୍ଥିତ କରିନପାରିବା ଅପରିପକ୍ବତାର ପରିଚୟ। ପ୍ରତିଦିନ ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ଛାତ୍ରଛାତ୍ରୀ ଏଠାକୁ ପାଠ ପଢିବାକୁ ଆସୁଥିବା ବେଳେ ମହାବିଦ୍ୟାଳୟ ପରିସରରେ କ୍ଯାଣ୍ଟିନକୁ ଅକ୍ଷମ ଥିବାରୁ ବାହାରକୁ ଯାଇ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଏବିଭିପି ଏସସିଏସ କ୍ଯାମ୍ପସର ସଭାପତି ଜ୍ଞାନରଞ୍ଜନ ନାୟକ କହିଛନ୍ତି। ଦାବୀପତ୍ର ଦେବା ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ଚନ୍ଦନ କୁମାର ସାହୁ, ରୋହନ କୁମାର ଜେନା, ଦିବ୍ଯରଞ୍ଜନ ପ୍ରଧାନ, ଶୁଭମ ଦାସ, ପ୍ରିୟାଂଶୀ ହୋତା, ଅର୍ପିତା ଶତପଥୀ ପ୍ରମୁଖ ସାମନ୍ତ ଚନ୍ଦ୍ରଶେଖର ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।