
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
୧୯ ଅକ୍ଟୋବର ବୁଧବାର ଦିନ କାର୍ତ୍ତିକ ମାସର କୃଷ୍ଣପକ୍ଷ ନବମି ତିଥିରେ ଦ୍ୱିତୀୟ ଭୋଗ ମଣ୍ଡପ ବନ୍ଦ ହେବା ପରେ ସନ୍ଧ୍ୟା ପ୍ରାୟ 5:00 ରୁ 10:00 ଘଂଟିକା ପର୍ଯ୍ୟନ୍ତ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କର ଦର୍ଶନ ଭକ୍ତଙ୍କ ପାଇଁ ବନ୍ଦ ରହିବ। ଏହି ସୂଚନା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜନସମ୍ପର୍କ ଅଧିକାରୀ ଜିତେନ୍ଦ୍ର ନାରାୟଣ ମହାନ୍ତି ପ୍ରଦାନ କରିଛନ୍ତି। ଏଥି ସହିତ ଏହି ସମୟରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ |ଦତ୍ତ ମହାପାତ୍ର ସେବକ ଏହି ନୀତି ସଂପାଦନ କରିବେ।