
ନୂଆଦିଲ୍ଲୀ,କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ମଧ୍ୟପ୍ରଦେଶର ଭୋପାଳ ଠାରେ ଦେଶରେ ପ୍ରଥମ ଥର ପାଇଁ ହିନ୍ଦୀ ଭାଷାରେ ଡାକ୍ତରୀ ପାଠ୍ୟକ୍ରମ ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ଅବସରରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ଚୌହାନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଉପସ୍ଥିତ ଥିଲେ ।
ତାଙ୍କ ବକ୍ତବ୍ୟରେ, କେନ୍ଦ୍ର ଗୃହ ମନ୍ତ୍ରୀ କହିଥିଲେ ଯେ, ଏହି ଦିନଟି ସ୍ୱାଧୀନତାର ଅମୃତ ମହୋତ୍ସବ ବର୍ଷରେ ଚିକିତ୍ସା କ୍ଷେତ୍ର ନିମନ୍ତେ ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ବର୍ଷ, ସମୟ ଆସିବ ଏହା ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହେବ । ଆଜି ଦେଶର ଶିକ୍ଷା କ୍ଷେତ୍ରର ପୁର୍ନନିର୍ମାଣର ଦିନ ବୋଲି ସେ କହିଥିଲେ । ଶ୍ରୀ ଶାହ କହିଥିଲେ ଯେ, ପ୍ରାଥମିକ, ବୈଷୟିକ ଏବଂ ଚିକିତ୍ସା ଶିକ୍ଷା କ୍ଷେତ୍ରରେ ମାତୃଭାଷାକୁ ଗୁରୁତ୍ୱ ପ୍ରଦାନ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂତନ ଶିକ୍ଷା ନୀତିରେ ଏକ ବଡ଼ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ସେ ଆହୁରି ମଧ୍ୟ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡାକ୍ତରୀ ଶିକ୍ଷା ଏବଂ ବୈଷୟିକ ଶିକ୍ଷାକୁ ଆଂଚଳିକ ଭାଷା, ଯଥା -: ହିନ୍ଦୀ, ତାମିଲ୍, ତେଲୁଗୁ, ମାଲାୟଲମ୍, ଗୁଜରାଟୀ, ବେଙ୍ଗଲୀ ଭାଷାରେ ଶିକ୍ଷଶ ପ୍ରଦାନ କରିବାକୁ ଆହ୍ୱାନ ଦେଇଛନ୍ତି ଏବଂ ଶ୍ରୀ ମୋଦୀଙ୍କର ଏହି ଇଚ୍ଛାକୁ ପୂରଣ କରିବାରେ ଶ୍ରୀ ଶିବରାଜ ସିଂହ ଚୌହାନଙ୍କ ନେତୃତ୍ୱାଧୀନ ମଧ୍ୟପ୍ରଦେଶର ସରକାର ହେଉଛନ୍ତି ଦେଶରେ ପ୍ରଥମ ।