
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୭ ଅକ୍ଟୋବର ୨୦୨୨ର ପୂର୍ବାହ୍ନ ୧୧.୪୫ ଟା ସମୟରେ ନୂଆଦିଲ୍ଲୀର ପୁସା ଠାରେ ଅବସ୍ଥିତ ମେଳା ଗ୍ରାଉଣ୍ଡ, ଆଇଏଆର୍ଆଇରେ କିଷାନ ସମ୍ମାନ ସମ୍ମିଳନୀ ୨୦୨୨ ନାମରେ ଏକ ଦୁଇ ଦିନିଆ କାର୍ଯ୍ୟକ୍ରମର ଉଦ୍ଘାଟନ କରିବେ । ଏହି କାର୍ଯ୍ୟକ୍ରମ ଅବସରରେ ଶ୍ରୀ ମୋଦୀ ପିଏମ୍ – କିଷାନ ଛାମୁଆ ଯୋଜନା ଅଧୀନରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ମାଧ୍ୟମରେ ଦ୍ୱାଦଶ କିସ୍ତିରେ ୧୬,୦୦୦ କୋଟି ଟଙ୍କା ପ୍ରଦାନ କରିବେ । ପ୍ରଧାନମନ୍ତ୍ରୀ କୃଷି ଷ୍ଟାର୍ଟ ଅପ୍ କନ୍କ୍ଲେଭ୍ ଏବଂ ପ୍ରଦର୍ଶନୀର ମଧ୍ୟ ଉଦ୍ଘାଟନ କରିବେ । ସେ କେନ୍ଦ୍ର ରସାୟନ ଏବଂ ସାର ମନ୍ତ୍ରଣାଳୟର ୬୦୦ ପିଏମ୍ କିଷାନ ସମୃଦ୍ଧି କେନ୍ଦ୍ର (ପିଏମ୍ – କେଏସ୍କେ) ଗୁଡିକର ମଧ୍ୟ ଉଦ୍ଘାଟନ କରିବେ ଏବଂ ଭାରତ ୟୁରିଆ ବ୍ୟାଗ୍, ସାର କ୍ଷେତ୍ରରେ ସବୁଠାରୁ ବଡ ପଦକ୍ଷେପ – କୃଷକ ମାନଙ୍କ ନିମନ୍ତେ ‘ଏକ ଦେଶ ଏକ ସାର’ ଯୋଜନାର ଶୁଭାରମ୍ଭ କରିବେ ।
କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମାର ଆଜି ଏକ ପ୍ରେସ୍ ବିବୃତିରେ ସମ୍ବୋଧନ କରି ଏହା କହିଥିଲେ ଯେ, ତାଙ୍କ ମନ୍ତ୍ରଣାଳୟ ଏବଂ ରସାୟନ ଓ ସାର ମନ୍ତ୍ରଣାଳୟ ଦ୍ୱାରା ମିଳିତ ଭାବେ ଆୟୋଜିତ “ପିଏମ୍ – କିଷାନ ସମ୍ମାନ ସମ୍ମିଳନୀ – ୨୦୨୨’ ମାଧ୍ୟମରେ ପ୍ରଧାନମନ୍ତ୍ରୀ କୃଷକ ମାନଙ୍କୁ ଏବଂ କୃଷି ଷ୍ଟାର୍ଟଅପ୍ ମାନଙ୍କୁ, ଗବେଷକ ମାନଙ୍କୁ, ନୀତି ନିର୍ମାତା ମାନଙ୍କୁ, ବ୍ୟାଙ୍କର ଏବଂ ଅନ୍ୟ ହିତାଧିକାରୀ ମାନଙ୍କୁ ସମ୍ବୋଧିତ କରିବେ । କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମାର କହିଥିଲେ ଯେ, ଏହି ଆୟୋଜନ ସାରା ଦେଶର ୧୩,୫୦୦ରୁ ଅଧିକ କୃଷକ ମାନଙ୍କୁ ଏବଂ ୧୫୦୦ କୃଷି ଷ୍ଟାର୍ଟ – ଅପ୍କୁ ଗୋଟିଏ ମଂଚକୁ ଆଣିବ । ଏହି କାର୍ଯ୍ୟକ୍ରମରେ ୧ କୋଟିରୁ ଅଧିକ କୃଷକ ଆଭାସୀ ରୂପରେ ଅଂଶ ଗ୍ରହଣ କରିବେ । ୭୦୦ କୃଷି ବିଜ୍ଞାନ କେନ୍ଦ୍ର, ୭୫ଟି ଆଇସିଏଆର୍ ସଂସ୍ଥା, ୭୫ ଟି ରାଜ୍ୟ କୃଷି ବିଶ୍ୱ ବିଦ୍ୟାଳୟ, ୬୦୦ ପିଏମ୍ କିଷାନ କେନ୍ଦ୍ର, ୫୦,୦୦୦ ପ୍ରାଥମିକ କୃଷି ସମବାୟ ସମିତି ଏବଂ ୨ ଲକ୍ଷ ସାମୁଦାୟିକ ସେବା କେନ୍ଦ୍ର (ସିଏମ୍ସି) ଭଳି ବିଭିନ୍ନ ସଂସ୍ଥା ମଧ୍ୟ ଏହି କାର୍ଯ୍ୟକ୍ରମରେ ଆଭାସୀ ରୂପରେ ଯୋଗ ଦେବେ ।
ଭାରତ ସରକାରଙ୍କ ମାନନୀୟ ରସାୟନ ଏବଂ ସାର ମନ୍ତ୍ରଣାଳୟ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଭଗୱନ୍ତ ଖୁବା, ମାନନୀୟ କୃଷି ଏବଂ କୃଷକ କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ କୈଳାଶ ଚୌଧରୀ ଏବଂ ସୁଶ୍ରୀ ଶୋଭା କାରନ୍ଦଲାଜେ ପ୍ରମୁଖ ଏହି ଉଦ୍ଘାଟନୀ ସମାରୋହରେ ଉପସ୍ଥିତ ହେବେ । ଏହି କାର୍ଯ୍ୟକ୍ରମ ଭାରତ ସରକାରଙ୍କ କୃଷି ଏବଂ କୃଷକ ମନ୍ତ୍ରଣାଳୟ ଏବଂ ରସାୟନ ଏବଂ ସାର ମନ୍ତ୍ରଣାଳୟ ଦ୍ୱାରା ମିଳିତ ଭାବେ ଆୟୋଜିତ କରା ଯାଉଛି । ଏହି କାର୍ଯ୍ୟକ୍ରମରେ ନିମ୍ନଲିଖିତ ସମାରୋହ ଅନ୍ତର୍ଭୁକ୍ତ ଅଟେ ।