
ଭୁବନେଶ୍ଵର, ରାଜ୍ୟରେ ଗୋଟିଏ ଦିନରେ ୪୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୩୫୫୦୩ କୁ ବୃଦ୍ଧି ପାଇଛି । ନୂଆ ଚିହ୍ନଟ ୪୯ ଆକ୍ରାନ୍ତଙ୍କ ମଧ୍ୟରୁ ୨୯ ଜଣ କ୍ଵାରେଂଟାଇନ (ସଙ୍ଗରୋଧ)ରୁ ଏବଂ ୨୦ ଜଣ ଲୋକାଲ୍ କଂଟାକ୍ଟ (ସ୍ଥାନୀୟ ସମ୍ପର୍କ)ରୁ ରହିଛନ୍ତି । ସେହିପରି ୦ ରୁ ୧୮ ବର୍ଷ ମଧ୍ୟରେ ୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ କରି ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ନୂଆ ୮୪ ଜଣ ସୁସ୍ଥ ହେବା ପରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୩୨୫୬୭୮ ରେ ପହଂଚିଛି । ରାଜ୍ୟରେ ବର୍ତମାନ ସୁଦ୍ଧା ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୭୦ ରହିଛି ।
ରାଜ୍ୟରେ ନୂଆ ଚିହ୍ନଟ ହୋଇଥିବା ୪୯ ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ୱର ଜିଲ୍ଲାରେ ୧, ବରଗଡ଼ ଜିଲ୍ଲାରେ ୧, ବଲାଙ୍ଗିର ଜିଲ୍ଲାରେ ୬, କଟକ ଜିଲ୍ଲାରେ ୩, ଦେବଗଡ଼ ଜିଲ୍ଲାରେ ୧, ଯାଜପୁର ଜିଲ୍ଲାରେ ୨, କଳାହାଣ୍ଡି ଜିଲ୍ଲାରେ ୧ ଏବଂ ଖୋର୍ଦ୍ଧା ଜିଲ୍ଲାରେ ୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ସେହିପରି ନବରଙ୍ଗପୁର ଜିଲ୍ଲାରେ ୧, ନୟାଗଡ଼ ଜିଲ୍ଲାରେ ୨, ନୂଆପଡ଼ା ଜିଲ୍ଲାରେ ୨, ପୁରୀ ଜିଲ୍ଲାରେ ୭, ସମ୍ବଲପୁର ଜିଲ୍ଲାରେ ୪, ସୋନପୁର ଜିଲ୍ଲାରେ ୧, ସୁନ୍ଦରଗଡ଼ ଜିଲ୍ଲାରେ ୧୦ ଓ ଷ୍ଟେଟ ପୁଲରେ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।