
ମାଲକାନଗିରି, ମାଲକାନଗିରି ପୌର ପରିଷଦର ନୂତନ ପୌରନିର୍ବାହୀ ଅଧିକାରୀ ଭାବେ ଆଜି କାହ୍ନୁ ଚରଣ ପଟ୍ଟନାୟକ ଦାୟୀତ୍ଵ ଗ୍ରହଣ କଲେ କରିଛନ୍ତି । ଏହି ଅବସରରେ ମାଲକାନଗିରି ପୌର ଅଧ୍ୟକ୍ଷ ମନୋଜ କୁମାର ବାରିକ, ପୂର୍ବତନ ପୌର ଅଧିକାରୀ ତ୍ରିଶୂଳ ମାରାଣ୍ଡି, ସାଂସଦ ପ୍ରତିନିଧି ପୌର ପରିଷଦ କୃଷ୍ଣ ଚନ୍ଦ୍ର ପାଳ ଓ ପୌର ପରିଷଦର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଶ୍ରୀ ପଟ୍ଟନାୟକ ପୂର୍ବ ପୌର ଅଧିକାରୀଙ୍କ ଠାରୁ ସମସ୍ତ ଦାୟୀତ୍ଵ ଗ୍ରହଣ କରିବା ସହ ପୌର ଅଧ୍ୟକ୍ଷ ମନୋଜ କୁମାର ବାରିକଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରି ଆଗାମୀ ଦିନରେ କିପରି ସମସ୍ତ କାର୍ଯ୍ୟ ସୁଚାରୁରୂପେ କରାଯାଇ ପାରିବ, ସେନେଇ ଆଲୋଚନା କରିଥିଲେ ।