ଭୁବନେଶ୍ୱର, ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କ ପକ୍ଷରୁ କରା ଯାଇଥିବା ଜାମିନ ଆବେଦନକୁ ଭୁବନେଶ୍ୱର ସ୍ଥିତ ଏସଡିଜେଏମ କୋର୍ଟ ଖାରଜ କରି ଦେଇଛନ୍ତି । ଗତ ଶୁକ୍ରବାର ଅର୍ଚ୍ଚନା ଜାମିନ ପାଇଁ ଆବେଦନ କରିଥିଲେ । ଉକ୍ତ ଦିନ କୋର୍ଟ ଏହାକୁ ସଂରକ୍ଷିତ ରଖିଥିବା ବେଳେ ଆଜି ଶୁଣାଣି କରି ତାହାକୁ ଖାରଜ କରି ଦେଇଛନ୍ତି । ଅର୍ଚ୍ଚନାଙ୍କ ବିରୋଧରେ ବଡ଼ ବଡ଼ିଆଙ୍କ ଅଶ୍ଲୀଳ ଭିଡିଓ ସୁଟ୍ କରି ସେମାନଙ୍କୁ ବ୍ଲାକମେଲ୍ କରିବା, ହତ୍ୟା ଧମକ ଦେବା ଭଳି ସଙ୍ଗୀନ ଅଭିଯୋଗ ରହିଛି । ଏହି ଅଭିଯୋଗରେ ଅକ୍ଟୋବର ୭ ତାରିଖରେ ତାକୁ ଗିରଫ କରିଥିଲା କମିଶନରେଟ ପୁଲିସ୍ । ଏବେ ସେ ଝାରପଡ଼ା ଜେଲ୍ରେ ଅଛନ୍ତି ।
Related Stories
November 24, 2024
November 24, 2024