ବିଶ୍ଵ ଖାଦ୍ୟ ଦିବସ ଉପଲକ୍ଷେ ଆଜି ଉର୍ଜାବାନ ଓଡିଶା ପରିବାର ପକ୍ଷରୁ ସ୍ଥାନୀୟ ଲୋକନାଥ ଘାଟ ନିକଟରେ ଦିବ୍ୟାଙ୍ଗ ମାନଙ୍କୁ ଖାଦ୍ୟ ବିତରଣ କରାଯାଇଛି l ପାଖାପାଖି 200 ରୁ ଉର୍ଦ୍ଧ୍ୱ ଦିବ୍ୟାଙ୍ଗ ମାନଙ୍କୁ ପରିବାର ର ସଦସ୍ୟ ସଦସ୍ୟା ମାନେ ନିଜେ ରୋଷେଇ କରି ତାଙ୍କୁ ହାତରେ ଖୁଆଇ ଦେବାର ବିରଳ ଘଟଣା ଦେଖବାକୁ ମିଳିଥିଲା l ଏହି କାର୍ଯ୍ୟକ୍ରମକୁ ସଂଗଠନର ସଭାପତି ସନ୍ତୋଷ ସେନାପତି ଉଦଘାଟନ କରି କହିଥିଲେ ଆଜି କୁ ପ୍ରାୟ 4/5 ବର୍ଷ ତଳେ ଆରମ୍ଭ ହୋଇଥିବା ଦୈନିକ ଖାଦ୍ୟ ବିତରଣ କାର୍ଯ୍ୟକ୍ରମ ରେ ଆଜି ଆଉ ଏକ ଫର୍ଦ୍ଦ ଯୋଡି ହୋଇଯାଇଛି l ଅନ୍ନ ହେଉଛି ବ୍ରହ୍ମ l ତେଣୁ ଏହାକୁ ନଷ୍ଟ ନକରି ବିତରଣ କରିଲେ ଅନେକ ଲୋକଙ୍କ କ୍ଷୁଧା ନିବାରଣ ହୋଇପାରିବ l ଖରା, ବର୍ଷା, ଶୀତ, ବନ୍ୟା ଓ ବାତ୍ୟାରେ ମଧ୍ଯ ପରିବାରର ସମସ୍ତ ସଦସ୍ଯଙ୍କ ସହାୟତା ଯୋଗୁଁ ବିଭିନ୍ନ କାର୍ଯ୍ୟକ୍ରମରେ ବଳକା ଖାଦ୍ୟ ସଂଗ୍ରହ ହେବା ସହ ଦୈନିକ 500 ରୁ ଉର୍ଦ୍ଧ୍ବ ଲୋକଙ୍କ କ୍ଷୁଧା ନିବାରଣ ପାଇଁ ଚେଷ୍ଟା କରୁଥିବାରୁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଦାତା ମାନଙ୍କୁ ଧନ୍ୟ ବାଦ ଜଣାଇଥିଲେ l ସେହିପରି ସମ୍ପାଦିକା ନିହାରିକା ତ୍ରିପାଠୀ ନିଜ ବକ୍ତବ୍ୟରେ ସଂଘର୍ଷ ମଧ୍ୟରେ ପ୍ରତିଟି ସଦସ୍ୟ କିପରି ଦୀର୍ଘ ବର୍ଷ ଧରି ଦୈନିକ ଖାଦ୍ୟ ବିତରଣ କରୁଛନ୍ତି ତାହା କହିଥିଲେ l
ଏହି ଅବସରରେ ପରିବାର ତରଫରୁ ଖାଦ୍ୟ ସଂଗ୍ରହ ପାଇଁ 8249464034 ନମ୍ବର ଜାରି କରାଯାଇଥିଲା l ଯେଉଁଥିରେ ବିଭିନ୍ନ କାର୍ଯ୍ୟକ୍ରମ ବଳକା ଖାଦ୍ୟକୁ ନଷ୍ଟ ନକରି ଜନସାଧାରଣ ଯୋଗାଯୋଗ କରିଲେ ଖାଦ୍ୟ ସଂଗ୍ରହ କରିବା ସହ ଲୋକଙ୍କୁ ବିତରଣ ବ୍ୟବସ୍ଥା କରାଯିବ ବୋଲି ଘୋଷଣା କରାଯାଇଥିଲା l ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ପୁଷ୍ପଜିତ ମହାପାତ୍ର, ଆଇନି ପରାମର୍ଶଦାତା ଅନିଲ କୁମାର ସାହୁ, ବିଶ୍ୱଜିତ ପ୍ରଧାନ, ପ୍ରଭାସ ରଥ, ଗିରିଜା ଶଙ୍କର ଦାସ, ଗଜେନ୍ଦେ ସେନାପତି, ଜିତେନ୍ଦ୍ର ପାତ୍ର, ରଙ୍ଗଲତା ପଟ୍ଟନାୟକ, ଦିଲୀପ ଚି଼ନେରା, ଧନେଶ୍ୱର ପାତ୍ର, ହରପ୍ରସାଦ ନନ୍ଦ, ମନ୍ମଥ ଦାଶ,ବିଭୁ ପ୍ରସାଦ ନନ୍ଦ, ସଚ୍ଚିଦାନନ୍ଦ ବିଶୋଇ, ମନୋଜ ନାୟକ, ଆଶିଷ ମଲିକ,ଆଦର୍ଶ ମିଶ୍ର, ଆଶୁତୋଷ ମିଶ୍ର, ବିଚୁ ମହାରଣା,ରିଙ୍କୁ ମହାରଣା, ଅଶ୍ୱିନୀ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ l