ଲୋକଙ୍କ ସ୍ୱାର୍ଥ ସାଧନ ପାଇଁ ଦୁଇ ଦଶନ୍ଧି ଧରି ଓଡ଼ିଶାର ବିକାଶ, ସାଢ଼େ ଚାରି କୋଟି ଓଡ଼ିଆଙ୍କ ସେବା, ନୂଆ ଓଡ଼ିଶା ନିର୍ମାଣରେ ନିଜକୁ ସମର୍ପିତ କରିଥିବା ଜନନେତା, ଗାନ୍ଧୀଙ୍କ ଆଦର୍ଶ ଓ ଜୀବନା ଦର୍ଶକୁ ପାଥେୟ କରି ରାଜନୀତିରେ ନିରବଚ୍ଛିନ୍ନ ଭାବେ ସେବା, ଜନ୍ମରୁ ମୃତ୍ୟୁ ଯାଏଁ ଯୋଜନା, ପୁରୀ ଶ୍ରୀମନ୍ଦିର ଠାରୁ ଆରମ୍ଭ ହୋଇ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର, କେନ୍ଦ୍ରାପଡ଼ାର ବଳଦେବଜୀଉ ମନ୍ଦିର, ଭଦ୍ରକର ବାବା ଆଖଣ୍ଡଳମଣି ମନ୍ଦିର, କଟକ ଚଣ୍ଡୀ ମନ୍ଦିର, ସମ୍ବଲପୁର ମା ସମଲେଶ୍ବରୀ ମନ୍ଦିର ଓ ତାରାତାରିଣୀ ମନ୍ଦିର ପଯ୍ୟନ୍ତ ତୀର୍ଥ କ୍ଷେତ୍ରର ପାରିପାର୍ଶ୍ବିକ ବିକାଶ, ସ୍ଵାସ୍ଥ୍ୟ କ୍ଷେତ୍ରରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣା ଚିକିତ୍ସା ଯୋଗାଇ ଦେବା, କ୍ରୀଡ଼ାର ବିକାଶ, କାଳିଆ ଯୋଜନାରେ ଚାଷୀଙ୍କ ଆକାଉଣ୍ଟ କୁ ସିଧାସଳଖ ଟଙ୍କା ଯୋଗାଇ ଦେବା ଏବଂ ‘ଜିରୋ କାଜୁଆଲ୍ଟି’ ଫୋକୋସ୍କୁ ଆଖି ଆଗରେ ରଖି ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ରୋଲ୍ ମଡେ଼ଲ୍ ରେ ସେବା କରୁଥିବା ଜନନେତା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଙ୍କ 77 ତମ ଜନ୍ମ ଦିନ ଉପଲକ୍ଷେ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ସଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ କୁମାର ଦାସବର୍ମା ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହିତ ପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁ ଦୀର୍ଘାୟୁ କରନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି।
ଏହି ଅବସରରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁରୀ ସଦର ବ୍ଲକ ଭାଇଲିପୁର ପଞ୍ଚାୟତ ଏବଂ ବ୍ରହ୍ମଗିରି ବ୍ଲକ ଘଟକୂଦି ପଞ୍ଚାୟତ ଠାରେ ବୃକ୍ଷ ରୋପଣ କରାଯାଇଅଛି। ଜନସେବାରେ ଉତ୍ସର୍ଗୀକୃତ, ଶ୍ରେଷ୍ଠ ପ୍ରଶାସକ, ଶିଳ୍ପ ସମୃଦ୍ଧ ଓଡ଼ିଶାର ନିର୍ମାତା, ଜାତୀୟ ରାଜନୀତିରେ ପ୍ରଶଂସିତ ରାଜନେତା ଓ ବିଜୁ ଜନତା ଦଳର ସଭାପତି ତଥା ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହିପରି ନିରନ୍ତର ଭାବେ ଓଡ଼ିଶା ବାସୀଙ୍କୁ ସେବା ଦେଇଆସନ୍ତୁ ବୋଲି ଶ୍ରୀ ଦାସବର୍ମା ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଏହି ସମୟରେ ପୁରୀ ଜିଲ୍ଲା ବିଜୁ ଜନତା ଦଳ ସମ୍ପାଦକ କାର୍ତ୍ତିବିର୍ଯ୍ୟ ସ୍ଵାଇଁ, ହନ୍ତୁକ ପଞ୍ଚାୟତ ସରପଞ୍ଚ କନକଲତା ପତି, ସରପଞ୍ଚ ରମେଶ ଚନ୍ଦ୍ର ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟାଙ୍କ ପ୍ରତିନିଧି ନୁନୁ ମିଶ୍ର, ପୁରୀ 11 ଗୋଟି ପଞ୍ଚାୟତ ନିର୍ବାଚିତ ପ୍ରତିନିଧି ଏବଂ ବ୍ରହ୍ମଗିରି ବ୍ଲକ ସାଂସଦଙ୍କ ପ୍ରତିନିଧି ଯୁଧିଷ୍ଠିର ନାୟକ, ବ୍ରହ୍ମଗିରି ବିଜୁ ଜନତା ଦଳ ସଭାପତି ବିଦ୍ୟାଧର ସ୍ଵାଇଁ, ଅଧ୍ୟକ୍ଷା ରତ୍ନମାଳା ବେହେରା, ଉପାଧ୍ୟକ୍ଷାଙ୍କ ପ୍ରତିନିଧି ବିଜୟ ଦଳାଇ, ଘଟକୂଦି ପଞ୍ଚାୟତ ସରପଞ୍ଚ ଆଲୋକ କୁମାର ବିଶ୍ବାଳ, ସମିତି ସଭ୍ୟ ରାକେଶ ଭଟ୍ଟ, ଯୁବ ଛାତ୍ର ଓ ସମସ୍ତ ନିର୍ବାଚିତ ପ୍ରତିନିଧି ଏବଂ ବ୍ରହ୍ମଗିରି ବିଜୁ ଜନତା ଦଳର ବରିଷ୍ଟ ନେତା ପ୍ରମୁଖ ଉପସ୍ଥିତ ଥିଲେ।