କୈଳାଶ ଚନ୍ଦ୍ର ପଣ୍ଡା,କଟକ
ବାଙ୍କୀ ବ୍ଲକ ଅନ୍ତର୍ଗତ ବରପୁଟ ଗ୍ରାମର ଶ୍ରୀ ଶ୍ରୀ ମଦନ ମୋହନ ଦେବଙ୍କ ପ୍ରାଙ୍ଗଣରେ ପ୍ରତିବର୍ଷ ପରି ଚଳିତ ବର୍ଷ ସପ୍ତାଦିନାତ୍ମକ ଶ୍ରୀମଦ ଭାଗବତ ମହାପୁରାଣ ପାରାୟଣ ପ୍ରବଚନ ଜ୍ଞାନଯଜ୍ଞର ଚତୁର୍ଥ ଦିବସରେ କଥାବ୍ୟାସ ପ୍ରଵାଚକ ପଣ୍ଡିତ ଶ୍ରୀ ରାମ ନିରଞ୍ଜନ ଦାସଜୀ ମହାରାଜ ସପ୍ତମ, ଅଷ୍ଟମ ଏବଂ ନବମ ସ୍କନ୍ଦ ବ୍ୟାଖ୍ୟା କରିଥିଲେ |
ପ୍ରବଚନ ମାଧ୍ୟମରେ ପ୍ରହଲ୍ଲାଦ ଚରିତ୍ର,ହିରଣ୍ୟ କଶ୍ୟପ ବଧ,ଗଜ ଉଦ୍ଧାରଣ, ଭକ୍ତ ଓ ଭଗବାନଙ୍କ ଭାବ, ଶ୍ରୀକୃଷ୍ଣ ଜନ୍ମ ପ୍ରମୁଖ ବ୍ୟାଖ୍ୟା କରିଥିଲେ |
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାବେରେଣା ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ମଧୁସୂଦନ ମହାପାତ୍ର ,ସମାଜସେବୀ କୃଷ୍ଣ ଚନ୍ଦ୍ର ତ୍ରିପାଠୀ ଏବଂ ଜୟ ପ୍ରକାଶ ମିଶ୍ର ମଞ୍ଚାସିନ ଥିଲେ |ଏହି କାର୍ଯ୍ୟକ୍ରମର ପୁରୋଧା ପଣ୍ଡିତ ଗୋପାଳ କୃଷ୍ଣ ଦାସଜୀ ମହାରାଜ,ପରାୟଣ ବ୍ୟାସ ପୁରୀ ତୋଟା ଗୋପୀନାଥ ମଠର ଶ୍ରୀ ପିତବାସ ଶୁକ୍ଲା, ଶ୍ରୀ ଶ୍ରୀ ମଦନ ମୋହନ ଦେବଙ୍କ ପୂଜକ ଏବଂ ବରପୁଟ ଗ୍ରାମର ଭାଗବତ ପ୍ରେମୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ |