
ପୁରୀ ,ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ , ପୁରୀ ତରଫରୁ ବରପୁଟ ପଞ୍ଚାୟତରେ ଗୋଶାଳା ନିର୍ମାଣ ପାଇଁ ଭୂମି ପୂଜନ କରାଯାଇଛି । ଟ୍ରଷ୍ଟର ସମ୍ପାଦକ ତଥା ପ୍ରତିଷ୍ଠାତା ପଣ୍ଡିତ ବିଷ୍ଣୁଚରଣ ପଣ୍ଡାଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବରେ ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, ମୁଖ୍ୟଅତିଥି ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ସମ୍ମାନିତ ଅତିଥି ବ୍ଲକ ଅଧ୍ୟକ୍ଷା ପୁଷ୍ପଲତା ସାମନ୍ତ, ସରପଞ୍ଚ ଅଶୋକ କୁମାର ମିଶ୍ର ଓ ସମାଜସେବୀ ବିଜୟ ପତିହାରୀ, ଅନ୍ୟତମ ସମ୍ମାନିତ ଅତିଥ୍ ଭାବରେ ଯୋଗ
ଦେଇଥିଲେ । ପଞ୍ଚାୟତ ତତ୍ତ୍ୱାବଧାନରେ ଏହି ଗୋଶାଳା କାର୍ଯ୍ୟକାରୀ କରିବା ପାଇଁ ଟ୍ରଷ୍ଟ ପକ୍ଷରୁ ଅନୁରୋଧ କରାଯାଇଛି।