ପୂର୍ବତନ ରାଷ୍ଟ୍ରପତି ଅବଦୁଲ କଲାମ ଙ୍କ ଜୟନ୍ତୀ ତଥା ବିଶ୍ୱ ବିଦ୍ୟାର୍ଥୀ ଦିବସ ଆଜି ଶିଶୁ ସମାଚାର ପକ୍ଷରୁ ପୁରୀ ସୁଖଲତା ବାଳିକା ବିଦ୍ୟାଳୟ ରେ ପାଳିତ ହୋଇଯାଇଛି |ଆଡ଼ଭୋକେଟ ଶରତ କୁମାର ରାୟଗୁରୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭା ରେ ମୁଖ୍ୟ ଅତିଥି ପୁରୀର ଅତିରିକ୍ତ ଜିଲ୍ଲାପାଳ କୈଳାସ ଚନ୍ଦ୍ର ନାୟକ, ଡେପୁଟି କଲେକ୍ଟର ସୁମନ୍ତ କୁମାର କର, ଶିଶୁ ସମାଚାର ସମ୍ପାଦକ ସୁକାନ୍ତ ପଣ୍ଡା, ଶିକ୍ଷାବିତ ଅବନୀଷ ରଥ, ସ୍କୁଲ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର କର, ଅର୍ନପୂର୍ଣ୍ଣା ଦେବୀ, ଶିଶୁ ପ୍ରତିଭା ସିମରଣ ମହାପାତ୍ର ପ୍ରମୁଖ ଯୋଗ ଦେଇ କଲାମ ଙ୍କ ଜୀବନୀ ପିଲାଙ୍କ ପାଇଁ ପଥ ପ୍ରଦର୍ଶକ ଓ ତାଙ୍କ ର ଲେଖା ଓ ବାଣୀ କୁ ବିଦ୍ୟାର୍ଥୀ ମାନେ ସ୍ବପ୍ନ ଦେଖିଲେ ନିଶ୍ଚିତ ଭଲ ମଣିଷ ହେବେ ଦେଶ ପାଇଁ ନାଁ ଓ ସୁନାମ ଆଣିପାରିବେ ବୋଲି କହିଥିଲେ | ପ୍ରଥମେ ଶିକ୍ଷକ ଉମାକାନ୍ତ ସାହୁ ଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଦେଇ ଅତିଥି ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା |
ଶିଶୁ ସମାଚାର ର ଅକଟୋବର ସଂଖ୍ୟା ଓ ରେଣୁକା ମିଶ୍ର ଙ୍କ ଲିଖିତ “ଆଦର୍ଶ ଚରିତ୍ର ସଂଗ୍ରହ” ପୁସ୍ତକ ଅତିଥି ମାନେ ଉର୍ନ୍ମୋଚନ କରିଥିଲେ |ଶିକ୍ଷକ ପ୍ରଶାନ୍ତ ତ୍ରିପାଠୀ,ଆଟା ର ସମସ୍ତ ସଦସ୍ୟ ଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା | ବକ୍ତୃତାରେ ଆଦର୍ଶ ବିଦ୍ୟାଳୟ ସତ୍ୟବାଦୀ ର ସୁଶ୍ରୀ ସିମରଣ ମହାପାତ୍ର ପ୍ରଥମ, ଚନ୍ଦନ ପୁର ନୋଡାଲ ସ୍କୁଲ ର ପ୍ରିୟାଶୀ ସାହୁ ଦ୍ୱିତୀୟ, ଜାଭିଆର ସ୍କୁଲ ର ଆସ୍ଥା ରଥ ତୃତୀୟ ସ୍ଥାନ ଓ ଚିତ୍ରାଙ୍କନ ରେ କେନ୍ଦ୍ରୀୟ ବିଦ୍ୟାଳୟ ର ଅନ୍ୱେଷା ପଟ୍ଟନାୟକ ପ୍ରଥମ, ଉଦିପ୍ତା ଉପାସନା ଦ୍ୱିତୀୟ, ଶ୍ରଦ୍ଧା ସ୍ୱରୂପ ନନ୍ଦ ତୃତୀୟ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା | ପୂର୍ବରୁ କଲାମ ଙ୍କ ଉପରେ ପ୍ରଶ୍ନ ମଞ୍ଚ କରାଯାଇ ପିଲାଙ୍କୁ ପୁରସ୍କାର ରେ କଲାମ ଙ୍କ ଉପରେ ବହି ବେବି କିଡ଼ସ ଏକାଡେମୀ, ଅମଲା କ୍ଲବ, ପୁରୀ ଙ୍କ ଦ୍ୱାରା ପ୍ରଦାନ କରାଯାଇଥଲା |ଶିଶୁ ସମାଚାର ର ଉପଦେଷ୍ଟା ହେମନ୍ତ ଛୋଟରାୟ ଧନ୍ୟବାଦ ଦେଇଥିଲେ ଏହି କାର୍ଯ୍ୟକ୍ରମରେ ପ୍ରଶ୍ନ ମଞ୍ଚ ସଂଯୋଜକ ଜୟଶ୍ରୀ ମୁଦ୍ରା, ରେଣୁକା ମିଶ୍ର, ସତ୍ୟ ସାହୁ, ଦିବାକର ଦଳେଇ,ସତ୍ୟ ମଲିକ ଓ ସୁଖଲତା ବାଳିକା ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ |